ସିଡନି: ମହାମାରୀ କୋରୋନା ଭାଇରସର ପ୍ରଭାବ ଏଯାବତ କମ ହୋଇନାହିଁ । ବିଶ୍ବର ଅନେକ ଦେଶ ଏବେବି ଲକଡାଉନରେ ରହିଛନ୍ତି । ଏପରି ସ୍ଥିତିରେ ବିଶ୍ବ କ୍ରୀଡାଜଗତ ବିଶେଷ ଭାବେ ପ୍ରଭାବିତ ହୋଇଛି ।
କୋରୋନା ଭାଇରସ: ବାତିଲ ହୋଇପାରେ ଅଷ୍ଟ୍ରେଲିଆ ଓପନ - ଅଷ୍ଟ୍ରେଲିଆ ଓପନ ବାତିଲ ସମ୍ଭାବନା
ଟେନିସର ସମ୍ମାନଜନକ ମେଗା ଇଭେଣ୍ଟ ଅଷ୍ଟ୍ରେଲିଆ ଓପନ ବାତିଲ ହେବାନେଇ ସଙ୍କେତ ମିଳିଛି । ଏନେଇ ଏହି ଇଭେଣ୍ଟର ଆୟୋଜକ କମିଟି ଆଶଙ୍କା ପ୍ରକାଶ କରିଛନ୍ତି ।

କୋରୋନା ଭାଇରସ: ବାତିଲ ହୋଇପାରେ ଅଷ୍ଟ୍ରେଲିଆ ଓପନ
ଟେନିସର ସମ୍ମାନଜନକ ମେଗା ଇଭେଣ୍ଟ ଅଷ୍ଟ୍ରେଲିଆ ଓପନ ବାତିଲ ହେବାନେଇ ସଙ୍କେତ ମିଳିଛି । ଏନେଇ ଏହି ଇଭେଣ୍ଟର ଆୟୋଜକ କମିଟି ଆଶଙ୍କା ପ୍ରକାଶ କରିଛନ୍ତି ।
ଚଳିତ ବର୍ଷର ଟେନିସ କ୍ୟାଲେଣ୍ଡର ଜୁଲାଇ 13 ପର୍ଯ୍ୟନ୍ତ ବାତିଲ ଘୋଷଣା ହୋଇଛି । ତେବେ ଅଷ୍ଟ୍ରେଲିଆ ଓପନ ମେଲବୋର୍ଣ୍ଣରେ 2021 ଜାନୁଆରୀ 18-31 ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି । ଏକାଧିକ ଦେଶର ଅନ୍ତର୍ଜାତୀୟ ସୀମା ସିଲ ହୋଇଥିବାରୁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଆଶା କ୍ଷୀଣ । ତେବେ ଟୁର୍ଣ୍ଣାମେଣ୍ଟକୁ ପର୍ଯ୍ୟପ୍ତ ସମୟ ବାକି ଥିବାରୁ ଆୟୋଜନ ନେଇ ସାମାନ୍ୟ ଆଶାବାଦୀ ରହିଛି ଆୟୋଦକ କମିଟି ।