ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଓପନ ମହିଳା ସିଙ୍ଗଲ୍ସ ଟାଇଟେଲ ବିଜୟୀ ହୋଇଛନ୍ତି ଆମେରିକାର ସୋଫିଆ କେନିନ । ଫାଇନାଲରେ ସ୍ପେନର ଗାର୍ବିନ ମୁଗୁରୁଜାଙ୍କୁ ହରାଇ ଇତିହାସ ରଚିଛନ୍ତି ସୋଫିଆ । ଏହା ସହିତ ଟେନିସ କ୍ୟାରିୟର ପ୍ରଥମ ଗ୍ରାଣ୍ଡ ସ୍ଳାମ ଟାଇଟେଲ ଜିତିଛନ୍ତି ସୋଫିଆ କେନିନ ।
ସୋଫିଆ କେନିନ ଜିତିଲେ ଅଷ୍ଟ୍ରେଲିଆ ଓପନ ଟାଇଟେଲ - Kenin won Grand Slam title
ଅଷ୍ଟ୍ରେଲିଆ ଓପନ ମହିଳା ସିଙ୍ଗଲ୍ସ ଟାଇଟେଲ ବିଜୟୀ ହୋଇଛନ୍ତି ଆମେରିକାର ସୋଫିଆ କେନିନ ।

ଅଷ୍ଟ୍ରେଲିଆ ଓପନ ଟାଇଟେଲ
ଫାଇନାଲ ମୁକାବିଲାରେ ପୂର୍ବତନ ବିଶ୍ବ ନଂ1 ମୁଗୁରୁଜା, ସୋଫିଆଙ୍କୁ କଡା ଟକ୍କର ଦେଇଥିଲେ । ଉଭୟଙ୍କ ମଧ୍ୟରେ ବେଶ ସଂଘର୍ଷପୂର୍ଣ୍ଣ ଲଢେଇ ହୋଇଥିଲା । ପ୍ରତିଟି ପଏଣ୍ଟରେ ବିଜୟ ପରାଜୟ ଓଲଟପାଲଟ ହେଉଥିଲା । ଶେଷରେ 4-6, 6-2, 6-2 ସେଟରେ ବାଜି ମାରିଥିଲେ 22 ବର୍ଷିୟା ସୋଫିଆ । ସେମିଫାଇନାଲରେ ସୋଫିଆ ବିଶ୍ବ ନଂ1 ଆସଲେ ବାର୍ଟିଙ୍କୁ ହରାଇଥିଲେ ।
ଭିଡିଓ ସୌଜନ୍ୟ: twitter@AustralianOpen