ମେଲବର୍ଣ୍ଣ: ବିଶ୍ବର ନଂ1 ଟେନିସ ଖେଳାଳି ନୋଭାକ ଜୋକଭିଚ ମଙ୍ଗଳବାର ଜର୍ମାନୀର ଆଲେକଜାଣ୍ଡର ଜେରଭଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।
ପ୍ରଥମ ସେଟ୍କୁ 6-7(6)ରେ ପରାସ୍ତ ହେବାପରେ ଜୋରଦାର କମବ୍ୟାକ କରିଥିଲେ ଜୋକଭିଚ ଓ 6-2, 6-4, 7-6(8) ସେଟ୍ରେ ବିଜୟୀ ହୋଇଥିଲେ ।