ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଓପନରେ ବଡ ବିପର୍ଯ୍ୟୟ ଘଟାଇଛନ୍ତି 21 ବର୍ଷିୟା ସୋଫିଆ କେନିନ । ବିଶ୍ବ ଟେନିସ ମାନ୍ୟତାର ନଂ 1 ଖେଳାଳି ଆସଲେ ବାର୍ଟିଙ୍କୁ ସେମିଫାଇନାଲରେ ମାତ ଦେଇଛନ୍ତି ସୋଫିଆ । ଏଥିସହିତ ଆମେରିକାର ଏହି ଯୁବ ଟେନିସ ଖେଳାଳି କ୍ୟାରିୟରର ପ୍ରଥମ ଗ୍ରାଣ୍ଡ ସ୍ଳାମ ଫାଇନାଲରେ ପ୍ରବେଶ କରିଛନ୍ତି ।
ଅଷ୍ଟ୍ରେଲିଆ ଓପନ: ବଡ ବିପର୍ଯ୍ୟୟ, ବିଶ୍ବ ନଂ1 ଆସଲେ ପରାସ୍ତ - ଅଷ୍ଟ୍ରେଲିଆ ଓପନ ଫାଇନାଲରେ ସୋଫିଆ କେନିନ
ବିଶ୍ବ ଟେନିସ ମାନ୍ୟତାର ନଂ 1 ଖେଳାଳି ଆସଲେ ବାର୍ଟିଙ୍କୁ ସେମିଫାଇନାଲରେ ହରାଇ, ଅଷ୍ଟ୍ରେଲିଆ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି ଆମେରିକାର ଯୁବ ଟେନିସ ଖେଳାଳି ସୋଫିଆ କେନିନ ।
![ଅଷ୍ଟ୍ରେଲିଆ ଓପନ: ବଡ ବିପର୍ଯ୍ୟୟ, ବିଶ୍ବ ନଂ1 ଆସଲେ ପରାସ୍ତ Australia Open](https://etvbharatimages.akamaized.net/etvbharat/prod-images/768-512-5893986-thumbnail-3x2-wc.jpeg)
ଅଷ୍ଟ୍ରେଲିଆ ଓପନ
ଆସଲେ ବାର୍ଟିଙ୍କୁ 7-6(8/6), 7-5 ସେଟରେ ହରାଇଛନ୍ତି ସୋଫିଆ କେନିନ । ସେ ଏହି ବିଜୟକୁ ଅବିଶ୍ବନସୀୟ କହିବା ସହ, 5 ବର୍ଷ ବୟସରୁ ଦେଖିଆସିଥିବା ସ୍ବପ୍ନ ପୂରଣ ହୋଇଥିବ କହିଛନ୍ତି । ସୋଫିଆ ଶନିବାର ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ, ରୋମାନିଆର ସିମୋନା ହେଲପ କିମ୍ବା ଗାରବିନ ମୁଗୁରୁଜାଙ୍କୁ ଭେଟିବେ ।
ଭିଡିଓ ସୌଜନ୍ୟ: twitter@AustralianOpen