ଓଡିଶା

odisha

By

Published : Jun 20, 2020, 1:05 AM IST

ETV Bharat / sports

ହ୍ବିଲ ଚେୟାର ଇଭେଣ୍ଟ ସହ 2021ରେ ଫେରିବ ଅଷ୍ଟ୍ରେଲିଆ ଓପନ

2021 ଆରମ୍ଭରେ ଫେରିବ ଅଷ୍ଟ୍ରେଲିଆ ଓପନ । ହ୍ବିଲ ଚେୟାର ଇଭେଣ୍ଟକୁ ମଧ୍ୟ ସ୍ଥାନ ଦିଆଯିବା ନେଇ ନିଶ୍ଚିତ କରିଛନ୍ତି । ଅଧିକ ପଢ଼ନ୍ତୁ...

Aus Open set for full program in 2021, including wheelchair events, 2021ରେ ଫେରିବ ଅଷ୍ଟ୍ରେଲିଆ ଓପନ, ହ୍ବିଲ ଚେୟାର ଇଭେଣ୍ଟ
Aus Open set for full program in 2021, including wheelchair events

ସିଡନି: ଅଷ୍ଟ୍ରେଲିଆର ସିଇଓ କ୍ରେଗ ଟିଲେ ଶୁକ୍ରବାର କହିଛନ୍ତି ଯେ ଅଷ୍ଟ୍ରେଲୀୟ ଓପନ ଗ୍ରାଣ୍ଡସ୍ଲାମ ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଯାଉଛି ଏବଂ ଏଥିରେ ସମ୍ପୂର୍ଣ୍ଣ ଇଭେଣ୍ଟ କାର୍ଯ୍ୟସୂଚୀ ସହ ଅନ୍ତର୍ଭୂକ୍ତ ରହିବ।

‘‘ଅଷ୍ଟ୍ରେଲୀୟ ଓପନ ପାଇଁ ଆମର ଯୋଜନା ଅନୁଯାୟୀ, ଯେପରି ଆମେ ଗତ କିଛି ସପ୍ତାହ ଧରି କହିଥିଲୁ, ଜାନୁଆରୀରେ ସମସ୍ତ ଇଭେଣ୍ଟ ଏବଂ ସମସ୍ତ ଖେଳାଳିଙ୍କ ସହ ଅଷ୍ଟ୍ରେଲିଆ ଓପନ କରିବାକୁ ଆମେ ଆଶାବାଦୀ ବୋଲି,’’ ଟିଲେ କହିଛନ୍ତି।

ସେ ଜାତୀୟ ସଂସ୍ଥାର ପକ୍ଷରୁ ହ୍ବିଲ୍ ଚେୟାର ଟେନିସ ପୁରୁଷ ବିଭାଗର ନମ୍ବର ୱାନ ଖେଳାଳି ଡିଲାନ ଏଲକଟଙ୍କୁ ସମର୍ଥନ ଜଣାଇଛନ୍ତି । ଯିଏକି ହ୍ବିଲ ଚେୟାର ବର୍ଗକୁ ୟୁଏସ ଓପନରୁ ବାଦ ଦେଇଥିବାରୁ ଆୟୋଜକଙ୍କୁ ନିନ୍ଦା କରିଥିଲେ ।

କରୋନାଭାଇରସ୍ ମହାମାରୀ ମଧ୍ୟରେ ପ୍ରତିବନ୍ଧକ ସହିତ ଅଗଷ୍ଟ 31ରୁ ସେପ୍ଟେମ୍ବର 13 ପର୍ଯ୍ୟନ୍ତ ଏହାର ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ୟୁଏସ ଓପନ ଅନୁଷ୍ଠିତ ହେବାକୁ ଯାଉଛି।

@IANS

ABOUT THE AUTHOR

...view details