ଲଣ୍ଡନ: ATP ଫାଇନାଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚଛନ୍ତି ଆଲେକଜାଣ୍ଡର ଜର୍ଭ। ଡାନିଏଲ ମେଡଭେଡେଭଙ୍କୁ 6-4, 7-7 ସେଟରେ ହରାଇ ଡିପେଣ୍ଡିଙ୍ଗ ଚମ୍ପିଆନ ଆଲେକଜାଣ୍ଡର ସେମିରେ ସ୍ଥାନ ପକ୍କା କରିଛନ୍ତି । ପୂର୍ବରୁ ଅଭିଜ୍ଞ ରାଫେଲ ନାଦାଲଙ୍କୁ ମଧ୍ୟ ପରାସ୍ତ କରିଥିଲେ ଆଲେକଜାଣ୍ଡର ।
ATP ଫାଇନାଲ: ମେଡଭେଡେଭ ପରାସ୍ତ, ସେମିରେ ଆଲେକଜାଣ୍ଡର - ଡାନିଏଲ ମେଡଭେଡେଭ ପରାସ୍ତ
ଡାନିଏଲ ମେଡଭେଡେଭଙ୍କୁ 6-4, 7-7 ସେଟରେ ହରାଇ ଡିପେଣ୍ଡିଙ୍ଗ ଚମ୍ପିଆନ ଆଲେକଜାଣ୍ଡର ଜର୍ଭ ATP ଫାଇନାଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚଛନ୍ତି।
ଆଲେକଜାଣ୍ଡର ଜର୍ଭ
ପ୍ରଥମ ସେମିଫାଇନାଲରେ ଯୁବ ଟେନିସ ଷ୍ଟାର ସିସ୍ତିପାସ 6 ଥରର ଚମ୍ପିଆନ ରୋଜର ଫେଡେରରଙ୍କୁ ଭେଟିବେ । 2ୟ ସେମିଫାଇନାଲରେ ଡୋମିନିକ ଥିମଙ୍କ ସହ ଆଲେକଜଣ୍ଡର ଫାଇନାଲ ପାଇଁ ମୁକାବିଲା କରିବେ । ତେବେ ପରାଜୟ ସତ୍ତ୍ବେ ନାଦାଲ ATP ବିଶ୍ବ ନଂ1 ଖେଳାଳି ଭାବେ ଅଭିଯାନ ଶେଷ କରିଛନ୍ତି।