ଓଡିଶା

odisha

ETV Bharat / sports

ଫାଇନାଲରେ ଆନ୍ଦ୍ରେସ୍କୁ ରିଟାୟର୍ଡ ହର୍ଟ, ମିଆମୀ ଓପନରେ ଏସ୍ଲେ ବାର୍ଟି ଚମ୍ପିୟାନ - ମିଆମି ଓପନ ଟେନିସ

ମିଆମୀ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହେଲେ ଅଷ୍ଟ୍ରେଲିଆର ଏସ୍ଲେ ବାର୍ଟି। ଫାଇନାଲ ମ୍ୟାଚରେ ବିୟାଙ୍କା ଆନ୍ଦ୍ରେସ୍କୁ ହେଲେ ରିଟାୟର୍ଡ ହର୍ଟ। ଅଧିକ ପଢ଼ନ୍ତୁ...

ଫାଇନାଲରେ ଆନ୍ଦ୍ରେସ୍କୁ ରିଟାୟର୍ଡ ହର୍ଟ, ମିଆମୀ ଓପନରେ ଏସ୍ଲେ ବାର୍ଟି ଚମ୍ପିୟାନ
ଫାଇନାଲରେ ଆନ୍ଦ୍ରେସ୍କୁ ରିଟାୟର୍ଡ ହର୍ଟ, ମିଆମୀ ଓପନରେ ଏସ୍ଲେ ବାର୍ଟି ଚମ୍ପିୟାନ

By

Published : Apr 4, 2021, 1:55 PM IST

ମିଆମୀ: ମିଆମୀ ଓପନ ଟେନିସ ଟୁର୍ଣ୍ଣାମେଣ୍ଟର ବିଜେତା ହେଲେ ଅଷ୍ଟ୍ରେଲିଆର ଏସ୍ଲେ ବାର୍ଟି। ଫାଇନାଲ ମ୍ୟାଚରେ ଆହତ ହେବା ପରେ ଆଉ ଟେନିସ କୋର୍ଟକୁ ଆସି ପାରିନଥିଲେ ତାଙ୍କ ପ୍ରତିଦ୍ବନ୍ଦି କାନାଡ଼ାର ବିୟାଙ୍କା ଆନ୍ଦ୍ରେସ୍କୁ। ଫଳରେ ମହିଳା ଏକକ ବିଭାଗରେ ଅଷ୍ଟ୍ରେଲିଆର ଏସ୍ଲେ ବାର୍ଟିଙ୍କୁ ମିଆମୀ ଟେନିସ ଟାଇଟଲ ବିଜେତା ଘୋଷଣା କରାଯାଇଥିଲା।

ଫାଇନାଲ ମ୍ୟାଚର ଗୋଟିଏ ସେଟ ପରେ ହିଁ କାନାଡ଼ାର ବିୟାଙ୍କା ଆନ୍ଦ୍ରେସ୍କୁ ଆହତ ହୋଇ ପଡ଼ିଥିଲେ। ପ୍ରଥମ ସେଟକୁ ବାର୍ଟି 6-3 ପଏଣ୍ଟରେ ଜିତି ନେଇଥିଲେ। ଏହାପରେ ଦ୍ବିତୀୟ ସେଟରେ ମଧ୍ୟରେ ସେ 4-0ରେ ଆଗୁଆ ଥିଲେ। ତେବେ ସେହି ସମୟରେ ବିୟାଙ୍କାଙ୍କ ଡାହାଣ କହୁଣୀ ଆଘାତପ୍ରାପ୍ତ ହୋଇଥିଲା। ଏହାପରେ ସେ ଆଉ ଟେନିସ କୋର୍ଟକୁ ଫେରି ପାରିନଥିଲେ। ଏହାପରେ ବିଶ୍ବର ଏକ ନମ୍ବର ଟେନିସ ତାରକା ଏସ୍ଲେ ବାର୍ଟିଙ୍କୁ ଚମ୍ପିୟାନ ଘୋଷଣା କରାଯାଇଥିଲା।

ତେବେ ଚମ୍ପିୟାନ ହେବାରେ ପ୍ରତିକ୍ରିୟା ଦେଇ ଏସ୍ଲେ ବାର୍ଟି କହିଛନ୍ତି ଯେ, "କୌଣସି ଟେନିସ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଏଭଳି ଶେଷ ହେବା ଠିକ ନୁହେଁ। ବିୟାଙ୍କା ଆନ୍ଦ୍ରେସ୍କୁଙ୍କ ପାଇଁ ମୋତେ ଦୁଃଖ ଲାଗୁଛି। ମୁଁ ତାଙ୍କ ଆସୁ ଆରୋଗ୍ୟ କାମନା କରୁଛି।"

ଗତ କିଛି ଦୁଇ ବର୍ଷ ହେଲା ଆହତଜନିତ ସମସ୍ୟା ବିୟାଙ୍କା ଆନ୍ଦ୍ରେସ୍କୁଙ୍କ ପିଛା ଛାଡ଼ୁନଥିବା ଦେଖା ଦେଇଛି। 2019ର ୟୁଏସ ଚମ୍ପିୟାନ ଆନ୍ଦ୍ରେସ୍କୁ 2020ରେ ମଧ୍ୟ ଆଣ୍ଠୁରେ ଆଘାତ ଯୋଗୁଁ ବହୁ ମ୍ୟାଚ ଖେଳି ପାରିନଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details