ମୁମ୍ବାଇ: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର, ଯିଏକି ଅନେକଙ୍କ ପରି କୋଭିଡ଼-19 ମହାମାରୀ ଯୋଗୁଁ ଘରେ ସମୟ ବିତାଇବାକୁ ବାଧ୍ୟ ହୋଇଥିଲେ । ତେବେ ଏହି ସମୟରେ ସଚିନ ଟେନିସ ଖେଳୁଥିବାର ନଜର ଆସିଥିଲ । ଏହାର ଏକ ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ ।
ଶୁକ୍ରବାର ସଚିନଙ୍କ ଟ୍ବିଟରରେ ସେୟାର ହୋଇଥିବା ଭିଡିଓରେ ସେ ଏକ ସୁନ୍ଦର ଫୋରହ୍ୟାଣ୍ଡ ଖେଳୁଥିବା ଦେଖିବାକୁ ମିଳିଥିଲା ତାହା ବି ସ୍ଲୋ ମୋଶନରେ ।
20ଥର ଗ୍ରାଣ୍ଡସ୍ଲାମ ଚାମ୍ପିଅନଙ୍କୁ ଟ୍ୟାଗ କରି କିମ୍ବଦନ୍ତୀ କ୍ରିକେଟର ଟ୍ବିଟ କରି କହିଛନ୍ତି, ‘‘ହେ ରୋଜର ଫେଡେରର! ମୋ ଫୋରହ୍ୟାଣ୍ଡ ପାଇଁ କିଛି ଟିପ୍ସ?’’
ନିଜ ନିଜ କ୍ରୀଡ଼ାରେ ଦୁଇଜଣ ମହାନ ବ୍ୟକ୍ତି ମଧ୍ୟ ଟ୍ବିଟରରେ ଅନେକ ଥର ବନ୍ଧୁତ୍ବପୂର୍ଣ୍ଣ କଥାବାର୍ତ୍ତା ନିୟୋଜିତ ହୋଇଥିଲେ ଏବଂ ପରସ୍ପର ପ୍ରତି ସମ୍ମାନ ବାଣ୍ଟିଥିଲେ।
ତାଙ୍କ ଡାହାଣ ଆଣ୍ଠୁରେ ଆଉ ଏକ ଆର୍ଥ୍ରୋସ୍କୋପିକ୍ ସର୍ଜରୀ କରାଯିବା ପରେ ସେ 2020 ସିଜନର ଅବଶିଷ୍ଟ ସମୟ ପାଇଁ କାର୍ଯ୍ୟରୁ ଦୂରେଇ ରହିବେ ବୋଲି ଫେଡେରର ଘୋଷଣା କରିସାରିଛନ୍ତି। ଜୁନ 10ରେ ଏକ ଟ୍ବିଟ କରି ଫେଡେରର କହିଛନ୍ତି ଯେ ସେ 2021 ଆରମ୍ଭରେ କାର୍ଯ୍ୟକୁ ଫେରିବେ ବୋଲି ଆଶା କରୁଛନ୍ତି।
ସ୍ବିସ କିମ୍ବଦନ୍ତୀ ଶେଷ ଥର ପାଇଁ ଅଷ୍ଟ୍ରେଲିୟ ଓପନରେ ଅଂଶଗ୍ରହଣ କରିଥିଲେ ଯେଉଁଠାରେ ସେ ଚଳିତ ବର୍ଷ ଆରମ୍ଭରେ ସେମିଫାଇନାଲରେ ନୋଭାକ ଜୋକୋଭିକ୍ଙ୍କୁ ହରାଇଥିଲେ | କୋରୋନାଭାଇରସ ଆରମ୍ଭ ହେବା ପରେ ସମସ୍ତ ଟେନିସ ମ୍ୟାଚ ଏବଂ ଟୁର୍ନାମେଣ୍ଟ ସ୍ଥଗିତ ଥିବାରୁ ଚଳିତ ବର୍ଷ ଅନ୍ୟ କୌଣସି ଗ୍ରାଣ୍ଡସ୍ଲାମ ହୋଇନାହିଁ।
@IANS