ଲଣ୍ଡନ: ଇଂଲଣ୍ଡ ଟେନିସ ଖେଳାଳି ଆଣ୍ଡି ମୁରେ କୋରୋନା ପଜିଟିଭ ଚିହ୍ନଟ । ଅଷ୍ଟ୍ରେଲିଆ ଓପନ ପାଇଁ ବ୍ରିଟେନରୁ ଉଡାଣ ଭରିବାର ଗୋଟିଏ ଦିନ ପୂର୍ବରୁ ତାଙ୍କର କୋରୋନା ରିପୋର୍ଟ ପଜିଟିଭ ଥିବା ଜଣାପଡିଛି ।
3ଥର ଗ୍ରାଣ୍ଡସ୍ଲାମ ଚମ୍ପିଆନ ବର୍ତ୍ତମାନ ନିଜକୁ ସଂଗରୋଧରେ ରଖିବା ସହ, ଅଷ୍ଟ୍ରେଲିଆ ଯାତ୍ରା ନେଇ ଆଶାବାଦୀ ଅଛନ୍ତି । ମୁରେଙ୍କୁ 2021ର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାପାଇଁ ୱାଇଲ୍ଡ-କାର୍ଡ ଏଣ୍ଟ୍ରି ଦିଆଯାଇଛି ।