ଓଡିଶା

odisha

ETV Bharat / sports

Watch: ଟିମ ଇଣ୍ଡିଆକୁ କୋଚ୍‌ ଶାସ୍ତ୍ରୀଙ୍କ ଶେଷ ସମ୍ବୋଧନ

UAEରେ ICC ଇଭେଣ୍ଟରେ ବିଫଳତା ସତ୍ତ୍ବେ ଟିମ ଅତୀତରେ ହାସଲ କରିଥିବା ସମସ୍ତ ସଫଳତା ଓ ଲଢୁଆ ପ୍ରଦର୍ଶନ ପାଇଁ ଶାସ୍ତ୍ରୀ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

Shastri addressing Team India for final time
Watch: ଟିମ ଇଣ୍ଡିଆକୁ ଶାସ୍ତ୍ରୀଙ୍କ ଶେଷ ସମ୍ବୋଧନ

By

Published : Nov 9, 2021, 4:22 PM IST

ଦୁବାଇ:ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ରବି ଶାସ୍ତ୍ରୀଙ୍କ ୪ ବର୍ଷର କାର୍ଯ୍ୟକାଳ ଶେଷ ହୋଇଛି । ସୋମବାର ଟି-୨୦ ବିଶ୍ବକପ ମ୍ୟାଚ୍‌ ପରେ ଡ୍ରେସିଂ ରୁମ୍‌ରେ ଶାସ୍ତ୍ରୀ ଟିମକୁ ସମ୍ବୋଧିତ କରିଥିଲେ ।

BCCI TV ପକ୍ଷରୁ ସେୟାର କରାଯାଇଥିବା ଏକ ଭିଡିଓରେ ରବି ଶାସ୍ତ୍ରୀ ଟିମ ଇଣ୍ଡିଆ ଖେଳାଳିଙ୍କୁ ନାମ୍ବିଆ ବିପକ୍ଷ ମ୍ୟାଚ୍‌ ପରେ ସମ୍ବୋଧିତ କରୁଥିବା ନଜର ଆସିଛନ୍ତି ।

ନାମ୍ବିଆ ବିପକ୍ଷରେ ୯ ୱିକେଟର ବିଜୟ ସହିତ ଶାସ୍ତ୍ରୀଙ୍କ ଟିମ ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ ଅଭିଯାନ ଶେଷ କରିଛି । ବିଦାୟୀ କୋଚ୍‌ ଶାସ୍ତ୍ରୀ ପ୍ରଥମେ ବର୍ଷ ୨୦୧୪ରେ ସ୍କ୍ବାଡ୍‌ ସହିତ ଡିରେକ୍ଟର ଭାବେ ସାମିଲ ହୋଇଥିଲେ । UAEରେ ICC ଇଭେଣ୍ଟରେ ବିଫଳତା ସତ୍ତ୍ବେ ଟିମ ଅତୀତରେ ହାସଲ କରିଥିବା ସମସ୍ତ ସଫଳତା ଓ ଲଢୁଆ ପ୍ରଦର୍ଶନ ପାଇଁ ଶାସ୍ତ୍ରୀ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି ।

ଖେଳାଳିଙ୍କ ଉଦ୍ଦେଶ୍ୟରେ ନିଜର ଶେଷ ସମ୍ବୋଧନରେ କୋଚ୍‌ ଶାସ୍ତ୍ରୀ କହିଛନ୍ତି, "ଏକ ଟିମ ଭାବେ ତୁମେମାନେ ଯେପରି ପ୍ରଦର୍ଶନ କରିଛ ଏହା ମୋର ଆଶା ଠାରୁ ଅନେକ ଅଧିକ । ଗତ କିଛି ବର୍ଷରେ ବିଶ୍ବର ବିଭିନ୍ନ ଦେଶ ବିପକ୍ଷରେ ଭିନ୍ନଭିନ୍ନ ଫର୍ମାଟରେ ପ୍ରାୟ ସମସ୍ତଙ୍କୁ ପରାସ୍ତ କରିଛ । କ୍ରିକେଟ ଖେଳିଥିବା ସମସ୍ତ ଟିମ ମଧ୍ୟରୁ ତୁମକୁ ଏକ ମହାନ ଟିମ କହୁଛି । କାରଣ ପ୍ରଦର୍ଶନର ପରିସଂଖ୍ୟାନ ସମସ୍ତଙ୍କ ସାମ୍ନାରେ ରହିଛି ।"

"ଜୀବନରେ ଏହା ଗୁରୁତ୍ବପୂର୍ଣ୍ଣ ନୁହେଁ ତୁମେ କ'ଣ ସମାପ୍ତ କଲ, ବରଂ କଣ ଅତିକ୍ରମ କଲ ଅଧିକ ଗୁରୁତ୍ବପୂର୍ଣ୍ଣ । COVID ସମୟ ସତ୍ତ୍ବେ ଗତ କିଛି ବର୍ଷ ମଧ୍ୟରେ ତୁମେ ଯେପରି ପ୍ରଦର୍ଶନ କରିଛ ତାହା ବାସ୍ତବିକ ପ୍ରଶଂସନୀୟ । ଭାରତୀୟ କ୍ରିକେଟ ଟିମ ସର୍ବଦା ସର୍ବୋଚ୍ଚ ସ୍ତରରେ ଶ୍ରେଷ୍ଠ ପ୍ରତିନ୍ଦ୍ବନ୍ଦ୍ବୀତା କରେ, ଏଥିପାଇଁ ଭବିଷ୍ୟତ ସମୟରେ ପ୍ରସ୍ତୁତ ହୁଅ," କହିଛନ୍ତି ଶାସ୍ତ୍ରୀ ।

ଭିଡିଓରେ ଶେଷରେ ଶାସ୍ତ୍ରୀ ସମସ୍ତ ଖେଳାଳି ଓ ସପୋର୍ଟିଂ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details