ଦୁବାଇ:ଅଷ୍ଟ୍ରେଲୀୟ ଖେଳାଳି ମାଥ୍ୟୁ ୱେଡ୍ ଓ ମାର୍କସ ଷ୍ଟୋଇନିସ୍ ଟିମକୁ ପ୍ରଥମ ଟି-୨୦ ବିଶ୍ବକପ ଟାଇଟେଲ ବିଜୟୀ କରାଇବା ପରେ ନିଆରା ଢଙ୍ଗରେ ଖୁସି ମନାଇଛନ୍ତି । ୱିକେଟ କିପର ୱେଡ୍ଙ୍କ ଜୋତାରେ କିଛି ପାନୀୟ ପିଇବା ସହ ଖୁସି ମନାଇଛନ୍ତି ।
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ୮ ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମ ଥର ଟି-୨୦ ବିଶ୍ବକପ ଚମ୍ପିଆନ ହୋଇଛି । ଫାଇନାଲରେ ମିଚେଲ ମାର୍ଶ ଅପରାଜିତ ୭୭ ରନ୍ର ଧୂଆଁଧାର ଇଂନିସ ଖେଳି ଅଷ୍ଟ୍ରେଲିଆ ବିଜୟର ପ୍ରମୁଖ ନାୟକ ରହିଥିଲେ ।