ଆବୁଧାବି:ଡେଭିଡ ୱାର୍ଣ୍ଣରଙ୍କ ଅପରାଜିତ ୮୯ ରନ୍ ବଳରେ ଶେଷ ସୁପର ୧୨ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ ହରାଇଲା ଅଷ୍ଟ୍ରେଲିଆ । ଚଳିତ ଟି-୨୦ ବିଶ୍ବକପରେ ଶନିବାର ଶୈଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଦମଦାର ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ ।
ୱାର୍ଣ୍ଣର ୫୬ ବଲ୍ରୁ ବିସ୍ଫୋରକ ବ୍ୟାଟିଂ ସହ ୯ଟି ଚୌକା ଓ ୪ଟି ଛକା ସହାୟତାରେ ୮୯ ରନ୍ର ମ୍ୟାଚ୍ ବିଜୟୀ ଇଂନିସ ଖେଳିଛନ୍ତି । ସେହିପରି ମିଚେଲ ମାର୍ଶ ମଧ୍ୟ ୩୨ ବଲ୍ରୁ ଦ୍ରୁତ ୫୩ରନ୍ର ଦ୍ରୁତ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଫଳରେ ୨୨ ବଲ୍ ବାକିଥାଇ ୧୫୮ ରନ୍ର ବିଜୟ ଲକ୍ଷ୍ୟକୁ ୨ ୱିକେଟ ହରାଇ ହାସଲ କରିବା ସହ ନେଟ୍ ରନ୍ ରେଟ୍କୁ ବୃଦ୍ଧି କରିଛି ।