ଓଡିଶା

odisha

By

Published : Nov 2, 2021, 3:46 PM IST

ETV Bharat / sports

T20 World Cup: ଟସ୍‌ ଜିତି ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି

ଟସ୍‌ ଜିତି ଦକ୍ଷିଣ ଆଫ୍ରିକା କ୍ୟାପଟେନ ତେମ୍ବା ବାଭୁମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

T20 World Cup: South Africa won the toss opt to bowl first against Bangladesh
T20 World Cup: ଟସ୍‌ ଜିତି ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି

ଆବୁଧାବି:ଚଳିତ ଟି-୨୦ ବିଶ୍ବକପ୍‌ରେ ମଙ୍ଗଳବାର ସୁପର ୧୨ ମ୍ୟାଚ୍‌ ଗ୍ରୁପ ୧ରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଦକ୍ଷିଣ ଆଫ୍ରିକା କ୍ୟାପଟେନ ତେମ୍ବା ବାଭୁମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

ଏହି ମ୍ୟାଚ୍‌ରେ ବିଜୟ ସହ ସେମିଫାଇନାଲ ଆଶା ପକ୍କା କରିବା ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା । ଅନ୍ୟପଟେ ବାଂଲାଦେଶ ମଧ୍ୟ ବିଜୟୀ ସହ ଆଶା ଉଜ୍ଜୀବିତ ରଖିବା ଲକ୍ଷ୍ୟରେ ରହିଛି ।

ଚୁଡାନ୍ତ ଏକାଦଶ:

ଦକ୍ଷିଣ ଆଫ୍ରିକା: କ୍ବିଣ୍ଟନ ଡିକକ୍‌(ୱିକେଟ କିପର), ରିଜା ହେଣ୍ଡ୍ରିକ୍ସ, ତେମ୍ବା ବାଭୁମା(କ୍ୟାପଟେନ୍‌), ରସି ଭାନ ଡର୍‌ ଡସନ୍‌, ଆଡନ ମାର୍କ୍ରମ, ଡେଭିଡ ମିଲର, ଡ୍ବାଇନ ପ୍ରିଟୋରିସ, କାଗିସୋ ରବାଡା, କେଶବ ମହାରାଜ, ଆନରିଚ ନର୍କିଆ, ତାବରିଜ ସାମସି ।

ବାଂଲାଦେଶ: ମହମ୍ମଦ ନେଇମ, ଲିଟନ ଦାସ(ୱିକେଟ କିପର), ସୌମ୍ୟ ସରକାର, ମୁସଫିକର ରହୀମ, ମହମୁଦୁଲ୍ଲା(କ୍ୟାପଟେନ), ଆଫିଫ ହୋସେନ, ସମିମ ହୋସେନ, ମେହେଦୀ ହସନ, ନାସୁମ ଅହମ୍ମଦ, ସୋରିଫୁଲ ଇସଲାମ, ଟସକିନ ଅହମ୍ମଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details