ଦୁବାଇ:ଚଳିତ ଟି-୨୦ ବିଶ୍ବକପରେ ସୁପର ୧୨ ଗ୍ରୁପ ୨ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଗୁରୁତ୍ବପୂର୍ଣ୍ଣ ମୁକାବିଲା । ଟସ୍ ଜିତି ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।
ଉଭୟ ଟିମ ସେମାନଙ୍କର ମୁକାବିଲାରେ ପରାଜୟର ମୁହଁ ଦେଖିଛନ୍ତି । ଫଳରେ ସେମିଫାଇନାଲ ଦୌଡ ଦୃଷ୍ଟିରୁ ଏହି ମ୍ୟାଚ୍ କର ବା ମର ସଦୃଶ ହୋଇଛି ।
ଚୁଡାନ୍ତ ଏକାଦଶ:
ଭାରତ: ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି(କ୍ୟାପଟେନ୍), ଇଶାନ କିଶନ, ଋଷଭ ପନ୍ତ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ, ଜଶପ୍ରୀତ ବୁମରା ।
ନ୍ୟୁଜିଲାଣ୍ଡ: ମାର୍ଟିନ ଗୁପ୍ଟିଲ, ଡ୍ୟାରେଲ ମିଚେଲ, କେନ ୱିଲିୟମସନ(କ୍ୟାପଟେନ୍), ଜେମ୍ସ ନିଶାମ, ଡେଭନ କନୱେ(ୱିକେଟ କିପର), ଗ୍ଳେନ ଫିଲିପ୍ସ, ମିଚେଲ ସାଣ୍ଟନର, ଇଶ ସୋଢି, ଟିମ ସାଉଦି, ଆଡାମ ମିଲନେ, ଟ୍ରେଣ୍ଟ ବୋଲ୍ଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ