ଦୁବାଇ:ଚଳିତ ଟି-୨୦ ବିଶ୍ବକପରେ ଶେଷ ସୁପର ୧୨ ମ୍ୟାଚ୍ ନାମ୍ବିଆ ବିପକ୍ଷରେ ଖେଳୁଛି ଟିମ ଇଣ୍ଡିଆ । ଟସ୍ ଜିତି କ୍ୟାପଟେନ କୋହଲି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୨ ରନ୍ ସଂଗ୍ରହ କରିଛି ନାମ୍ବିଆ । ଫଳରେ ଭାରତ ସାମ୍ନାରେ ୧୩୩ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ଦୁଇ ଅଭିଜ୍ଞ ଭାରତୀୟ ସ୍ପିନର ରବିନ୍ଦ୍ର ଜାଜେଡା ଓ ରବିଚନ୍ଦ୍ରନ ଅଶ୍ବିନ ସ୍ପିନ୍ ଜାଲରେ ନାମ୍ବିଆ ବ୍ୟାଟ୍ରଙ୍କୁ ଫସାଇଥିଲେ । ଅଶ୍ବିନ ୪ ଓଭରରେ ୨୦ ରନ୍ ବ୍ୟୟରେ ୩ଟି ୱିକେଟ ଓ ରବିନ୍ଦ୍ର ଜାଡେଜା ୧୬ ରନ୍ ବ୍ୟୟରେ ୩ଟି ୱିକେଟ ହାସଲ କରିଛନ୍ତି । ଦ୍ରୁତ ବୋଲର ଜଶପ୍ରୀତ ବୁମରା ୨ଟି ୱିକେଟ ହାତେଇଛନ୍ତି ।