ଓଡିଶା

odisha

ETV Bharat / sports

ଅହଂକାର ପରାଜୟର କାରଣ ! - ବିରାଟ କୋହଲି

ଚଳିତ ICC ପୁରୁଷ ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡ ଠାରୁ ଶୋଚନୀୟ ପରାଜୟ ପରେ ଖରାପ ପ୍ରଦର୍ଶନ ପାଇଁ ସମାଲୋଚନାର ଶିକାର ହୋଇଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

T20 World Cup: Kiwis played with Kohli's ego to dismiss him, says Harbhajan
ଅହଂକାର ପରାଜୟର କାରଣ !

By

Published : Nov 1, 2021, 8:22 PM IST

ହାଇଦ୍ରାବାଦ: ଚଳିତ ICC ପୁରୁଷ ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡ ଠାରୁ ଶୋଚନୀୟ ପରାଜୟ ପରେ ଖରାପ ପ୍ରଦର୍ଶନ ପାଇଁ ସମାଲୋଚନାର ଶିକାର ହୋଇଛି ଟିମ ଇଣ୍ଡିଆ । ଦୁବାଇରେ ଖେଳାଯାଇଥିବା ସୁପର ୧୨ ମୁକାବିଲାରେ କେନ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ ଟିମ ସାମ୍ନାରେ ଭାରତୀୟ ଖେଳାଳି ଆତ୍ମସମର୍ପଣ କରିଥିଲେ । ଏହି ମ୍ୟାଚ୍‌ରେ ପରାଜୟ ସହ ଟି-୨୦ ବିଶ୍ବକପ ୨୦୨୧ ସେମିଫାଇନାଲରେ ଭାରତର ପ୍ରବେଶ ଆଶା ପ୍ରାୟତଃ ଶେଷ ହୋଇଯାଇଛି ।

ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ନେଇ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହଙ୍କ ବଡ ବୟାନ ସାମ୍ନାକୁ ଆସିଛି । ହରଭଜନ କହିଛନ୍ତି, କିୱି ଖେଳାଳି ବିରାଟ କୋହଲିଙ୍କ ଅଂହକାର(EGO)କୁ ଦୁଃଖ ପହଞ୍ଚାଇବା ଆଉଟ୍‌ କରିବାକୁ ସଫଳ ହେଲେ । ହରଭଜନ ଆହୁରି ମଧ୍ୟ କହିଛନ୍ତି, ଯେଉଁ ସଟ୍‌ ଖେଳି ଭାରତୀୟ କ୍ୟାପଟେନ ଆଉଟ୍‌ ହେଲେ, ତାହା ତାଙ୍କର ନ୍ୟାଚୁରାଲ ଗେମ୍‌ ନୁହେଁ, ସେ ଏହା ଖେଳିବାର ନଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ରବିବାର କୋହଲି ୧୭ ବଲ୍‌ରୁ ମାତ୍ର ୯ ରନ୍‌ କରି ଆଉଟ୍‌ ହୋଇଥିଲେ ।

ମେଗା ବିଶ୍ବକପ ଇଭେଣ୍ଟରେ ଲଗାତାର ଦୁଇଟି ପରାଜୟ ପରେ ଭାରତୀୟ ଟିମ ପ୍ରାୟତଃ ପ୍ରତିନ୍ଦ୍ବନ୍ଦୀତାରୁ ବାହାର ହୋଇସାରିଛି ।

ବାକି ଥିବା ସମସ୍ତ ମ୍ୟାଚ୍‌କୁ ବଡ ବ୍ୟବଧାନରେ ଜିତିବା ସହ ନ୍ୟୁଜିଲାଣ୍ଡକୁ ଆଫଗାନିସ୍ତାନ ହରାଇଲେ ଭାରତ ପାଇଁ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବାର ସମ୍ଭାବନା ସୃଷ୍ଟି ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details