ଓଡିଶା

odisha

ETV Bharat / sports

T-20 WC; ଭାରତର ପ୍ରଥମ ବିଜୟ, ୬୬ ରନରେ ହାରିଲା ଆଫଗାନିସ୍ତାନ - afghanistan

ସୁପର-୧୨(ଗ୍ରୁପ-2) ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ଆଫଗାନିସ୍ତାନକୁ ୬୬ରନରେ ହରାଇ ଏକ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ସମ୍ମାନ ରଖିବା ସହିତ ପଏଣ୍ଟ ଖାତା ଖୋଲିଛି ଭାରତ । ଅଧିକ ପଢନ୍ତୁ...

ଭାରତର ପ୍ରଥମ ବିଜୟ, ୬୬ରନରେ ହାରିଲା ଆଫଗାନିସ୍ତାନ
ଭାରତର ପ୍ରଥମ ବିଜୟ, ୬୬ରନରେ ହାରିଲା ଆଫଗାନିସ୍ତାନ

By

Published : Nov 4, 2021, 7:01 AM IST

ଆବୁଧାବି: ଲଗାତାର ୨ଟି ମ୍ୟାଚ ହାରିବା ପରେ ଟି-ଟେଣ୍ଟି ବିଶ୍ବକପରେ ପ୍ରଥମ ବିଜୟ ହାସଲ କରିଛି ଭାରତ । ସୁପର-୧୨(ଗ୍ରୁପ-2) ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ଆଫଗାନିସ୍ତାନକୁ ୬୬ରନରେ ହରାଇ ଏକ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ସମ୍ମାନ ରଖିବା ସହିତ ପଏଣ୍ଟ ଖାତା ଖୋଲିଛି ଭାରତ । ୪ଟି ମ୍ୟାଚ ଖେଳିଥିବା ଆଫଗାନିସ୍ତାନର ଏହା ଦ୍ବିତୀୟ ପରାଜୟ ।

ଆଫଗାନିସ୍ତାନ ଟସ ଜିତି ଭାରତକୁ ବ୍ୟାଟିଂ ନିମନ୍ତ୍ରଣ ଦେଇଥିଲା । ଭାରତ ପକ୍ଷରୁ ଲୋକେଶ ରାହୁଲ ଓ ରୋହିତ ଶର୍ମା ପାଳି ଆରମ୍ଭ କରିଥିଲେ । ପୂର୍ବ ମ୍ୟାଚ୍‌ର ଭୁଲ୍‌କୁ ସୁଧାରି ଭାରତୀୟ ବ୍ୟାଟ୍ସମ୍ୟାନ ଦମଦାର ବ୍ୟାଟିଂ କରିଥିଲେ । ପ୍ରଥମ ୱିକେଟ ପତନ ବେଳକୁ ଭାରତୀୟ ଓପନରମାନେ ୧୪୦ ରନ୍‌ ଯୋଡ଼ିଥିଲେ । ଦୁଇ ଓପନର ଅର୍ଦ୍ଧଶତକ ହାସଲ କରି ଭାରତକୁ ମଜଭୁତ ସ୍ଥିତିରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । କେ.ଏଲ ରାହୁଲ ୪୮ଟି ବଲ୍‌ ଖେ୍ଳି ୬୯ ରନ୍‌ କରିଥିବାବେଳେ ରୋହିତ ଶର୍ମା ୪୭ ବଲ୍‌ ଖେଳି ୭୪ ରନ୍‌ କରିଥିଲେ । ଏହାପରେ ରୋହିତ ଶର୍ମା କରିମ ଜନତଙ୍କ ବଲ୍‌ରେ ଆଉଟ ହୋଇଥିଲେ । ପରେ ପରେ ରାହୁଲ ମଧ୍ୟ ଅଧିକ ସମୟ ପିଚ୍‌ରେ ରହି ନଥିଲେ । ଗୁଲବଦ୍ଦିନଙ୍କ ବଲ୍‌ରେ ବୋଲ୍ଡ ହୋଇ ପାଭେଲିୟନ ଫେରିଥିଲେ ରାହୁଲ । ଏହାପରେ ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ବିନିମୟରେ ୨୧୦ ରନ୍‌ କରିବାକୁ ସକ୍ଷମ ହୋଇଛି ।

୨୧୧ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଆଫଗାନିସ୍ତାନ । ୧୩ ରନରେ ଦଳ ୱିକେଟ ହରାଇଥିଲା । ଓପନର ମହମ୍ମଦ ସାହଜାତ ଖାତା ଖୋଲି ପାରିନଥିଲେ । ବ୍ୟାଟ୍ସମ୍ୟାନମାନେ ବଡ ଇଂନିସ ଖେଳିବାକୁ ବିଫଳ ହୋଇଥିଲେ । ୬୯ ରନରେ ଦଳ ୫ଟି ୱିକେଟ ହରାଇସାରିଥିଲା । ଦଳୀୟ ସ୍କୋର ୧୨୬ ବେଳେ ନବି ବ୍ୟକ୍ତିଗତ ୩୫ ରନ କରି ଆଉଟ ହୋଇଥିଲେ । ରାସିଦ ଖାତା ଖୋଲି ପାରିନଥିଲେ । ଜନତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ଦଳୀୟ ସ୍କୋରକୁ ୧୪୪ରେ ପହଞ୍ଚାଇଥିଲେ । ହେଲେ ଦଳ ବିଜୟୀ ହୋଇ ପାରିନଥିଲା । ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି ଓ ଅଶ୍ବିନ ୨ଟି ଲେଖାଏଁ ୱିକେଟ ହାତେଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ABOUT THE AUTHOR

...view details