ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଭାରତର ଦମଦାର ବିଜୟ । ସୁପର ୧୨ ଗ୍ରୁପ ୨ ମ୍ୟାଚ୍ରେ ସ୍କଟଲାଣ୍ଡକୁ ୮ ୱିକେଟରେ ହରାଇ ସେମିଫାଇନାଲ ଆଶା ଉଜ୍ଜିବୀତ ରଖିଛି ଭାରତ । ଓପନର କେଏଲ ରାହୁଲଙ୍କ ୧୮ ବଲ୍ରେ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୮୬ ରନ୍ର ବିଜୟ ଲକ୍ଷ୍ୟକୁ ୬.୩ ଓଭରରେ ହାସଲ କରିନେଇଛି ଟିମ ଇଣ୍ଡିଆ । ଅନ୍ୟତମ ଓପନର ରୋହିତ ଶର୍ମା ମଧ୍ୟ ୧୬ ବଲ୍ରୁ ୩୦ ରନ୍ର ଇଂନିସ ଖେଳିଛନ୍ତି ।
ପ୍ରଥମେ ବୋଲିଂରେ କମାଲ ସହ ୧୭.୪ ଓଭରରେ ସ୍କଟଲାଣ୍ଡକୁ ୮୬ ରନ୍ରେ ଅଲଆଉଟ କରିଥିଲା ଭାରତ । ରବିନ୍ଦ୍ର ଜାଡେଜା ଓ ମହମ୍ମଦ ସାମି ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜଶପ୍ରୀତ ବୁମରା ୨ଟି ଓ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ୱିକେଟ ହାତେଇଥିଲେ ।
ସଂକ୍ଷିପ୍ତ ସ୍କୋର: