ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଚଳିତ ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପରାଜୟର କାରଣ କହିଛନ୍ତି । ନ୍ୟୁଜିଲାଣ୍ଡ ଘାତକ ବୋଲିଂ ସହ ଭାରତକୁ ୮ ୱିକେଟରେ ହରାଇ ବିରାଟ ବାହିନୀର ବିଶ୍ବକପ ଅଭିଯାନ ପ୍ରାୟତଃ ଶେଷ କରିଛି ।
୬ ଓଭର ଶେଷ ସୁଦ୍ଧା ଭାରତୀୟ ଟିମ ମାତ୍ର ୧୩ ରନ୍ ସଂଗ୍ରହ କରିଥିଲା । ଏହା ପରାଜୟର ପ୍ରମୁଖ କାରଣ ବୋଲି ସଚିନ କହିଛନ୍ତି । ସହଜରେ ସିଙ୍ଗଲ୍ ନ ମିଳିବାରୁ ପରିସ୍ଥିତି ଭାରତୀୟ ବ୍ୟାଟରଙ୍କୁ ବଡ ସଟ୍ ଖେଳିବାକୁ ବାଧ୍ୟ କରିଥିଲା । ରଣନୀତି ସଠିକ୍ ଥିଲା, ପ୍ରଥମ ୬ ଓଭରରେ ସ୍କୋର ୩୫/୨ ରହିଥିଲା । ଏହାପରେ ଷଷ୍ଠ ଓଭରରୁ ଦଶମ ଓଭର ସୁଦ୍ଧା ମାତ୍ର ୧୩ ରନ୍ କରିବାକୁ ସମର୍ଥ ହୋଇଥିଲା ଭାରତ । ଏହା ମ୍ୟାଚ୍ର ମୋଡ ବଦଳାଇ ଦେଇଥିଲା । ଫଳରେ ବ୍ୟାଟର୍ଙ୍କୁ ବଡ ସଟ୍ ଖେଳିବାକୁ ପରିସ୍ଥିତି ବାଧ୍ୟ କରିଥିଲା ।