ଓଡିଶା

odisha

By

Published : Oct 31, 2021, 5:23 PM IST

ETV Bharat / sports

T20 WC: ଅସଘର ଆଫଗାନଙ୍କୁ ନାମ୍ବିଆ ଖେଳାଳିଙ୍କ ଗାର୍ଡ ଅଫ୍‌ ଅନର୍‌

ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅସଘର ଆଫଗାନଙ୍କୁ ନାମ୍ବିଆ ଖେଳାଳି ଗାର୍ଡ ଅଫ୍‌ ଅନର ଜଣାଇଛନ୍ତି । ଅଧିକ ପଢନ୍ତୁ...

T20 WC: Asghar Afghan receives Guard of Honour from Namibia
T20 WC: ଅସଘର ଆଫଗାନଙ୍କୁ ନାମ୍ବିଆ ଖେଳାଳିଙ୍କ ଗାର୍ଡ ଅଫ୍‌ ଅନର୍‌

ଆବୁଧାବି: ଟି-୨୦ ବିଶ୍ବକପ୍‌ ଅଧାରୁ ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅସଘର ଆଫଗାନଙ୍କ ସନ୍ୟାସ ସମସ୍ତଙ୍କୁ ଚକିତ କରିଛି । ବ୍ୟାଟିଂ ପାଇଁ ଆସିବା ସମୟରେ ଅସଘରଙ୍କୁ ନାମ୍ବିଆ ଖେଳାଳି ଗାର୍ଡ ଅଫ୍‌ ଅନର ଜଣାଇଛନ୍ତି ।

ଚଳିତ ଟି-୨୦ ବିଶ୍ବକପରେ ରବିବାର ନାମ୍ବିଆ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଅସଘର ବ୍ୟାଟିଂ ପାଇଁ ପଡିଆକୁ ଆସିବା ସମୟରେ ସମସ୍ତ ନାମ୍ବିଆ ଖେଳାଳି ତାଙ୍କୁ ସମ୍ମାନ ଜଣାଇଥିଲେ ।

ନିଜ ଦେଶ ପାଇଁ ଶେଷ ମ୍ୟାଚ୍‌ ଖେଳୁଛନ୍ତି ଅସଘର । ଶନିବାର ସେ କ୍ରିକେଟ'ର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ନାମ୍ବିଆ ବିପକ୍ଷରେ ଆଫଗାନିସ୍ତାନର ମ୍ୟାଚ୍‌ ଅସଘର ଆଫଗାନ୍‌ଙ୍କ ପାଇଁ ଶେଷ ମ୍ୟାଚ୍‌ ହୋଇଛି ।

୪୫ ରନ୍‌ର ଦମଦାର ଇଂନିସ ଖେଳିଥିବା ମହମ୍ମଦ ସେହଜାଦ ଆଉଟ୍‌ ହେବାପରେ ମ୍ୟାଚ୍‌ର ୧୩ତମ ଓଭରରେ ଅସଘର ବ୍ୟାଟିଂ ପାଇଁ ଆସିଥିଲେ ।

ଅସଘର ଆଫଗାନ ଆଫଗାନିସ୍ତାନ ପାଇଁ ୬ଟି ଟେଷ୍ଟ, ୧୧୪ଟି ଅନ୍ତର୍ଜାତୀୟ ଦିନିକିଆ ଓ ୭୫ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି । ବର୍ଷ ୨୦୦୯ରେ ସ୍କଟଲାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ ଡାହାଣହାତୀ ବ୍ୟାଟର ଅସଘର ।

ଜୁନ ୨୦୧୮ରେ ଭାରତ ବିପକ୍ଷରେ କ୍ରିକେଟର ଲମ୍ବା ଫର୍ମାଟର ପ୍ରଥମ ମ୍ୟାଚ୍‌ ଖେଳିଥିଲେ ଅସଘର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details