ଦୁବାଇ:ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜସ ହେଜେଲଉଡ୍ ରବିବାର ଏକ ବିରାଳ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି । ଚଳିତ ଟି-୨୦ ବିଶ୍ବକପ ୨୦୨୧ରେ ପାୱରପ୍ଲେରେ ସେ ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି ।
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଉଛି । କିୱି ଓପନର ଡ୍ୟାରେଲ ମିଚେଲଙ୍କୁ ଇଂନିସର ଚତୁର୍ଥ ଓଭରରେ ଆଉଟ୍ କରି ଏହି ସଫଳତା ହାସଲ କରିଛନ୍ତି ହେଜେଲଉଡ୍ । ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଚଳିତ ଟି-୨୦ ବିଶ୍ବକପ ୨୦୨୧ରେ ୯ଟି ୱିକେଟ ହାତେଇ ସାରିଛନ୍ତି । ଫାଇନାଲ ମ୍ୟାଚ୍ରେ ୪ ଓଭର ବୋଲିଂ କରି ୧୬ ରନ୍ ବ୍ୟୟରେ ୩ଟି ୱିକେଟ ହାତେଇଛନ୍ତି । ଏହାମଧ୍ୟରେ କିୱି କ୍ୟାପଟେନ କେନ ୱିଲିୟମସନଙ୍କ ୱିକେଟ ମଧ୍ୟ ରହିଛି ।