ଓଡିଶା

odisha

ETV Bharat / sports

T-20 WC: ବାଂଲାଦେଶ ବିପକ୍ଷରେ ଇଂଲଣ୍ଡର ସହଜ ବିଜୟ - ବାଂଲାଦେଶ ବନାମ ଇଂଲଣ୍ଡ

ବାଂଲାଦେଶକୁ ୮ ୱିକେଟ ମାତ୍‌ ଦେଲା ଇଂଲଣ୍ଡ । ମାତ୍ର ୧୫ ଓଭରରେ ଦଳ ବିଜୟ ଲକ୍ଷ୍ୟ ହାସଲ କରି ଦୁଇ ପଏଣ୍ଟ ହାସଲ କରିଛି ଇଂଲଣ୍ଡ । ଅଧିକ ପଢ଼ନ୍ତୁ...

T-20 WC: ବାଂଲାଦେଶ ବିପକ୍ଷରେ ଇଂଲଣ୍ଡର ସହଜ ବିଜୟ
T-20 WC: ବାଂଲାଦେଶ ବିପକ୍ଷରେ ଇଂଲଣ୍ଡର ସହଜ ବିଜୟ

By

Published : Oct 27, 2021, 6:52 PM IST

ଆବୁଧାବି: ବାଂଲାଦେଶକୁ ୮ ୱିକେଟରେ ମାତ୍‌ ଦେଲା ଇଂଲଣ୍ଡ । ଆଜିର ମ୍ୟାଚରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ତେବେ ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଆକ୍ରାମକ ଖେଳ ଆଶାରେ ଦଳ ୱିକେଟ ପରେ ୱିକେଟ ହରାଇ ଚାଲିଥିଲା । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ଦଳ ମାତ୍ର ୧୨୪ ରନ୍‌ ହିଁ କରିବାକୁ ସକ୍ଷମ ହୋଇଥିଲା ।

ଜବାବରେ ଇଂଲଣ୍ଡ ଆରମ୍ଭରୁ ଆକ୍ରାମକ ବ୍ୟାଟିଂ ଆରମ୍ଭ କରିଥିଲା । ଓପନର ଜେଶନ ରଏ ଓ ଜଶ ବଟଲର ଆକ୍ରାମକ ସଟ୍‌ ଖେଳି ବାଂଲାଦେଶ ବୋଲରଙ୍କ ଲାଇନ୍‌ ଲେନ୍ଥ ବିଗାଡ଼ି ଦେଇଥିଲେ । ୪.୫ ଓଭରରେ ପ୍ରଥମ ୱିକେଟ ଜଶ ବଟଲର ୧୮ ରନ୍‌ କରି ନାସୁମ ଅହମ୍ମଦଙ୍କ ଶିକାର ପାଲଟିଥିଲେ । ଏହାପରେ ମଧ୍ୟ ଜେଶନ ରଏ ବଡ଼ ସଟ ଖେଳିବା ଜାରି ରଖିଥିଲେ । ଯାହାଫଳରେ ଦଳ ସହଜ ବିଜୟ ହାସଲ କରିଛି । ମାତ୍ର ୧୫ ଓଭରରେ ଦଳ ବିଜୟ ଲକ୍ଷ୍ୟ ହାସଲ କରି ଦୁଇ ପଏଣ୍ଟ ହାସଲ କରିଛି ଇଂଲଣ୍ଡ । ୧୨.୫ ଓଭରରେ ଇଂଲଣ୍ଡ ଜେଶନ ରଏଙ୍କ ୱିକେଟ ହରାଇଥିଲା । କିନ୍ତୁ ସେତେବେଳକୁ ଇଂଲଣ୍ଡର ବିଜୟ ଏକ ପ୍ରକାର ପକ୍କା ହୋଇ ପାରିଥିଲା ।

ଏହାପୂର୍ବରୁ ବାଂଲାଦେଶର ଦଳୀୟ ସ୍କୋର ୧୪ ଥିବା ବେଳେ ଓପନର ଲିଟନ ଦାସ ଆଉଟ ହୋଇଥିଲେ । ଟପ୍‌ ଅର୍ଡରର ତିନୋଟି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ମଧ୍ୟ କରି ପାରିନଥିଲେ । ମଧ୍ୟ କ୍ରମ ବ୍ୟାଟର ମୁସିଫିକର ରହିମ କିଛି ସମୟ ପଡ଼ିଆ ବିତାଇ ଦଳୀୟ ସ୍କୋର ବଢ଼ାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା କିଛି ଲାଭ ହୋଇନଥିଲା । ସେ ମାତ୍ର ୨୯ ରନ୍‌ କରିବାକୁ ହିଁ ସକ୍ଷମ ହୋଇ ପାରିଥିଲେ । ଅଧିନାୟକ ମହମ୍ମଦୁଲ୍ଲା ମଧ୍ୟ କେବଳ ୧୯ ରନ୍‌ କରି ପାଭିଲିୟନ ଫେରିଥିଲେ । ଏହାପରେ ନୁରୁଲ ହାସଲ ମଧ୍ୟ ସଂଘର୍ଷ କରି ୧୬ କରିଥିଲେ । ଇନିଂସ ଶେଷ ବେଳକୁ ବୋଲର ନାସୁମ ଅହମ୍ମଦ ୯ ବଲ୍‌ରୁ ଲଢ଼ୁଆ ୧୯ ରନ୍‌ ସଂଗ୍ରହ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ବାଂଲାଦେଶ ୯ ୱିକେଟ ହରାଇ ମାତ୍ର ୧୨୪ ରନ୍‌ ହିଁ କରିବାକୁ ସକ୍ଷମ ହୋଇଥିଲା ।

ଏହି ପରାଜୟ ପରେ ବାଂଲାଦେଶର ସେମିଫାଇନାଲ ଆଶା ଏକ ପ୍ରକାର ମଉଳି ଯାଇଛି । କାରଣ ଏହାପରେ ଦଳ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶାଳୀ ଦଳକୁ ଭେଟିବାକୁ ଯାଉଛି । ଏହି ସବୁ ମ୍ୟାଚରେ ବାଂଲାଦେଶର ବିଜୟ ଆଶା କ୍ଷୀଣ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details