ଓଡିଶା

odisha

ETV Bharat / sports

T-20 WC: ଟସ୍‌ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି - ଟସ୍‌ ଜିତିଲା ବାଂଲାଦେଶ

ଟି-୨୦ ବିଶ୍ବକପରେ ଆଜି ବାଂଲାଦେଶ ଓ ଇଂଲଣ୍ଡ ମଧ୍ୟରେ ସୁପର ୧୨ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚ ପାଇଁ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ । ଅଧିକ ପଢ଼ନ୍ତୁ...

T-20 WC: ଟସ୍‌ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି
T-20 WC: ଟସ୍‌ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି

By

Published : Oct 27, 2021, 3:39 PM IST

Updated : Oct 27, 2021, 6:44 PM IST

ଆବୁଧାବି:ଟି-୨୦ ବିଶ୍ବକପରେ ଆଜି ବାଂଲାଦେଶ ଓ ଇଂଲଣ୍ଡ ମଧ୍ୟରେ ସୁପର ୧୨ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚ ପାଇଁ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ । ଆବୁଧାବିରେ ଏହା ଦ୍ବିତୀୟ ମ୍ୟାଚ ଖେଳାଯାଉଛି । ଏହା ପୂର୍ବରୁ ଏହି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଥିଲେ ।

ଟସ୍ ଜିତି ବାଂଲାଦେଶ କ୍ୟାପଟେନ ମହମ୍ମଦୁଲ୍ଲା କହିଛନ୍ତି ଯେ, "ପିଚଂ ବ୍ୟାଟିଂ ପାଇଁ ଅନୁକୂଳ ମନେ ହେଉଛି । ଏଥିପାଇଁ ପ୍ରଥମେ ଆମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛୁ । ଏକ ବଡ଼ ବିଜୟଲକ୍ଷ୍ୟ ଧାର୍ଯ୍ୟ କରିବାକୁ ଆମେ ଚେଷ୍ଟା କରିବୁ । ଆଜି ଦଳରେ ୩ଜଣ ସ୍ପିନରଙ୍କୁ ସ୍ଥାନ ଦିଆଯାଇଛି । ଭଲ ଖେଳିବାକୁ ଚେଷ୍ଟା କରିବୁ ।"

ସେପଟେ ବିପକ୍ଷ ଦଳ ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି ଯେ, "ଲକ୍ଷ୍ୟ ପିଛା କରିବାରେ ଆମର ଭଲ ରେକର୍ଡ ରହିଛି । ପିଚ୍‌ ମଧ୍ୟ ବ୍ୟାଟିଂ ପାଇଁ ଅନୁକୁଳ ରହିବ । ଅଧିକାଂଶ ଖେଳାଳି ଆମର ଏଠାରେ ଆଇପିଏଲ ଖେଳିଥିଲେ । ମ୍ୟାଚରେ ଭଲ ପ୍ରଦର୍ଶନ କରିବା ଆମର ମୂଳ ଲକ୍ଷ୍ୟ ।"

ଆଜିର ମ୍ୟାଚ ପାଇଁ ବାଂଲାଦେଶ ଦଳରେ ଗୋଟିଏ ପରିବର୍ତ୍ତନ କରିଛି । ସୈଫୁଦ୍ଦିନଙ୍କ ସ୍ଥାନରେ ସ୍ପିନର ଶୋରିଫୁଲ ଇସଲାମଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ପ୍ରଥମ ମ୍ୟାଚ ଶୀଲଙ୍କା ବିପକ୍ଷରେ ଖେଳି ପରାଜୟ ବରଣ କରିଥିଲା ବାଂଲାଦେଶ । ଆଜିର ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲ ଆଶା ବଞ୍ଚାଇ ରଖିବାକୁ ଚେଷ୍ଟା କରିବ ବାଂଲାଦେଶ । ସେପଟେ ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟରେ ତାର ଦ୍ବିତୀୟ ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ୍‌କୁ ପରାଜିତ କରିଥିଲା ଦଳ ।

ବାଂଲାଦେଶ ଚୂଡ଼ାନ୍ତ ଏକାଦଶ

ମହମ୍ମଦ ନୈମ, ଲିଟନ ଦାସ, ଶାକିବ-ଅଲ-ହାସନ, ମୁଶିଫିକର ରହିମ, ମହମ୍ମଦ୍ଦୁଲା, ଆଫିଫ ହୋସେନ, ମହେଦି ହାସନ, ଶୋରିଫୁଲ ଇସାଲାମ, ମୁସ୍ତାଫିଜୁର ରେହମାନ, ନାସୁମ ଅହମ୍ମଦ

ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ

ଜେଶନ ରୟ, ଜୋଶ ବଟଲର, ଡାୱିଡ ମଲାନ, ଜନି ବେୟାରଷ୍ଟୋ, ଇଅନ ମୋର୍ଗାନ, ଲିଆମ ଲିଭିଂଷ୍ଟୋନ୍‌, ମୋଇନ ଅଲୀ, କ୍ରୀଶ ୱୋକ୍‌ସ, କ୍ରୀଶ ଜୋର୍ଡାନ, ଆଦିଲ ରାଶିଦ, ତାଇମାଲ ମିଲ୍‌ସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 27, 2021, 6:44 PM IST

ABOUT THE AUTHOR

...view details