ଓଡିଶା

odisha

ETV Bharat / sports

'ଭାରତୀୟ ଖେଳାଳିଙ୍କୁ ଆଇପିଏଲ ଠାରୁ ଦେଶକୁ ପ୍ରାଥମିକତା ଦେବା ଉଚିତ୍‌'

ଟି-୨୦ ବିଶ୍ବକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅସନ୍ତୋଷ ଜାହିର କରିଛନ୍ତି କପିଳ ଦେବ । ଅଧିକ ପଢନ୍ତୁ...

Players should prioritise nation over IPL, responsibility on BCCI to plan better: Kapil
'ଭାରତୀୟ ଖେଳାଳିଙ୍କୁ ଆଇପିଏଲ ଠାରୁ ଦେଶକୁ ପ୍ରାଥମିକତା ଦେବା ଉଚିତ୍‌'

By

Published : Nov 8, 2021, 10:50 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରଙ୍କୁ ନେଇ ବିଶ୍ବ ବିଜୟୀ ପୂର୍ବତନ ଭାରତୀୟ କ୍ୟାପଟେନ କପିଳ ଦେବଙ୍କ ବଡ ବୟାନ । ଚଳିତ ଟି-୨୦ ବିଶ୍ବକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅସନ୍ତୋଷ ଜାହିର କରିଛନ୍ତି କପିଳ ଦେବ । ଏଥିସହ ଭାରତୀୟ ଖେଳାଳିଙ୍କୁ ଆଇପିଏଲ ଠାରୁ ଦେଶକୁ ପ୍ରାଥମିକତା ଦେବା ଉଚିତ୍‌ ବୋଲି କହିଛନ୍ତି । ଚଳିତ ବିଶ୍ବକପରେ ହୋଇଥିବା ତ୍ରୁଟିର ସମୀକ୍ଷା ସହ BCCI ଭଲ ଯୋଜନା କରିବାକୁ କହିଛନ୍ତି କପିଳ ଦେବ ।

ସୁପର ୧୨ ପର୍ଯ୍ୟାୟରେ ଲଗାତାର ଦୁଇଟି ପରାଜୟର ସାମ୍ନା କରିବା ପରେ ଭାରତୀୟ ଟିମ ଚଳିତ ICC ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିବାକୁ ଫେଲ୍‌ ମାରିଛି । ରବିବାର ନ୍ୟୁଜିଲାଣ୍ଡ ଶେଷ ସେମିଫାଇନାଲ ଟିକେଟ ହାତେଇବା ସହ ବିରାଟ କୋହଲିଙ୍କ ଟିମକୁ ଟୁର୍ଣ୍ଣାମେଣ୍ଟରୁ ବାହାର ହେବାକୁ ବାଧ୍ୟ କରିଥିଲା ।

କପିଳ ଦେବ କହିଛନ୍ତି, "ଯେତେବେଳେ ଦେଶପାଇଁ ଖେଳିବା ଠାରୁ IPL ଖେଳିବାକୁ ଖେଳାଳିମାନେ ଅଧିକ ପ୍ରାଥମିକତା ଦେଉଛନ୍ତି, ସେତେବେଳେ କ'ଣ କୁହାଯିବ ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details