ଓଡିଶା

odisha

ETV Bharat / sports

ୱିଲିୟମସନଙ୍କ ନାମରେ ଟି-୨୦ ବିଶ୍ବକପ ଫାଇନାଲ ଇତିହାସର ଦ୍ରୁତତମ ଅର୍ଦ୍ଧଶତକ - କେନ ୱିଲିୟମସନ ରେକର୍ଡ

ପୁରୁଷ ଟି-୨୦ ବିଶ୍ବକପ ଫାଇନାଲ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ନ୍ୟୁଜିଲାଣ୍ଡ କ୍ୟାପଟେନ କେନ୍‌ ୱିଲିୟମସନ । ଅଧିକ ପଢନ୍ତୁ

Kane Williamson hits fastest 50 in men's T20 World Cup final history
ୱିଲିୟମସନଙ୍କ ନାମରେ ଟି-୨୦ ବିଶ୍ବକପ ଫାଇନାଲ ଇତିହାସର ଦ୍ରୁତତମ ଅର୍ଦ୍ଧଶତକ

By

Published : Nov 14, 2021, 10:05 PM IST

ଦୁବାଇ: ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି । ପୁରୁଷ ଟି-୨୦ ବିଶ୍ବକପ ଫାଇନାଲ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ୱିଲିୟମସନ । ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ICC ପୁରୁଷ ଟି-୨୦ ବିଶ୍ବକପର ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ବିପକ୍ଷରେ ୩୨ ବଲ୍‌ରୁ ୫୦ ରନ୍‌ର ଧମାକାଦାର ଇଂନିସ ଖେଳି ଏହି ସଫଳତା ହାସଲ କରିଛନ୍ତି କିୱି କ୍ୟାପଟେନ୍‌ ।

ଫଳରେ ଶ୍ରୀଲଙ୍କା କିମ୍ବଦନ୍ତୀ କୁମାର ସାଙ୍ଗାକାରା ଓ ଜୋ ରୁଟ୍‌ଙ୍କ ରେକର୍ଡକୁ ୧ବଲ୍‌ରେ ଟପିଯାଇଛନ୍ତି । ଏଥିସହ ଦ୍ବିତୀୟ କ୍ୟାପଟେନ ଭାବେ ପୁରୁଷ ଟି-୨୦ ବିଶ୍ବକପ ଫାଇନାଲରେ ଅର୍ଦ୍ଧଶତକ ହାସଲକାରୀ ହୋଇଛନ୍ତି ।

ସାଙ୍ଗାକାରା ବର୍ଷ ୨୦୦୯ରେ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ପ୍ରଥମ କ୍ୟାପଟେନ ଭାବେ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଟି-୨୦ ବିଶ୍ବକପ ଫାଇନାଲରେ ସାଙ୍ଗାକାରାଙ୍କ ଅପରାଜିତ ୬୪ ରନ୍‌ କ୍ୟାପଟେନ ଭାବେ ସର୍ବାଧିକ ରନ୍‌ର ରେକର୍ଡ ଥିଲା । ମାତ୍ର ବ୍ଲାକକ୍ୟାପ୍‌ସ କ୍ୟାପଟେନ ଏହି ରେକର୍ଡକୁ ଭଙ୍ଗ କରିଛନ୍ତି ।

ନ୍ୟୁଜିଲାଣ୍ଡ ଇଂନିସର ୧୩ତମ ଓଭରରେ ୱିଲିୟମସନ, ଗ୍ଳେନ ମାକ୍ସୱେଲଙ୍କୁ ଲଗାତାର ଦୁଇଟି ଛକା ଲଗାଇ ନିଜର ୧୪ତମ ଟି-୨୦ ଅର୍ଦ୍ଧଶତକ ପୂରଣ କରିଥିଲେ । ପରେ ଜସ ହେଜେଲଉଡ୍‌ ଇଂନିସର ୧୮ତମ ଓଭରରେ ୱିଲିୟମସନଙ୍କୁ ୪୮ ବଲ୍‌ରୁ ୮୫ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଆଉଟ୍‌ କରିଥିଲେ ।

ତେବେ ଟି-୨୦ ବିଶ୍ବକପ ଫାଇନାଲରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ୱେଷ୍ଟଇଣ୍ଡିଜର ମାର୍ଲନ ସାମୁଏଲସଙ୍କ ଅପରାଜିତ ୮୫ ସହ ସମକକ୍ଷ ହୋଇଥିଲେ । ୨୦୧୬ ଟି-୨୦ ବିଶ୍ବକପରେ ସାମୁଏଲସ ଇଂଲଣ୍ଡ ବିପକ୍ଷରେ ଫାଇନାଲ ମ୍ୟାଚ୍‌ରେ ୮୫ ରନ୍‌ର ଇଂନିସ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details