ଓଡିଶା

odisha

By

Published : Nov 6, 2021, 7:11 AM IST

ETV Bharat / sports

ଟିମ ଇଣ୍ଡିଆର ସର୍ବାଧିକ ଟି୨୦ ୱିକେଟ ହାସଲକାରୀ ବୋଲର ବୁମରା

ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ପଛରେ ପକାଇ ପୁରୁଷ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଭାରତର ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି ଜଶପ୍ରୀତ ବୁମରା । ଅଧିକ ପଢନ୍ତୁ...

Jasprit Bumrah becomes India's leading wicket-taker in men's T20Is
ଚହଲଙ୍କୁ ଟପିଲେ ବୁମରା, ବନିଲେ ଟିମ ଇଣ୍ଡିଆର ସର୍ବାଧିକ ଟି୨୦ ୱିକେଟ ହାସଲକାରୀ ବୋଲର

ଦୁବାଇ: ଦ୍ରୁତ ବୋଲର ଜଶପ୍ରୀତ ବୁମରା ଶୁକ୍ରବାର ନିଜର ସଫଳତମ କ୍ୟାରିୟରରେ ଆଉଏକ ବିରାଟ କିର୍ତ୍ତିମାନ ଯୋଡିଛନ୍ତି । ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ପଛରେ ପକାଇ ପୁରୁଷ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଭାରତର ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି ।

ICC ପୁରୁଷ ଟି-୨୦ ବିଶ୍ବକପରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ବୁମରା ଏହି ସଫଳତାର ଅଧିକାରୀ ହୋଇଛନ୍ତି । ଇଂନିସର ୧୮ତମ ଓଭରରେ ସ୍କଟଲାଣ୍ଡର ମାର୍କ ୱାଟ୍‌ଙ୍କୁ ଶିକାର କରି ଚହଲଙ୍କ ୬୩ ୱିକେଟକୁ ଅତିକ୍ରମ କରିଥିଲେ ।

୫୫ ୱିକେଟ ସହ ଏହି ତାଲିକାର ତୃତୀୟରେ ରହିଛନ୍ତି ରବିଚନ୍ଦ୍ରନ ଅଶ୍ବିନ । ୬୪ ୱିକେଟ ସହ ବୁମରା ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି ।

ପୁରୁଷ ଟି-୨୦ରେ ବୁମରାଙ୍କ ନାମରେ ସର୍ବାଧିକ ମେଡେନ ଓଭର ବୋଲିଂ କରିବାର ରେକର୍ଡ ମଧ୍ୟ ରହିଛି । ଭାରତୀୟ ଦ୍ରୁତ ବୋଲର ୮ଟି ମେଡେନ ଓଭର ବୋଲିଂ କରିଥିବାବେଳେ ଶ୍ରୀଲଙ୍କାର ନୁଆନ କୁଳଶକରା ୬ଟି ମେଡେନ ଓଭର ବୋଲିଂ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details