ଶାରଜାହ:ଟି-୨୦ ବିଶ୍ବକପରେ ଇତିହାସ ରଚିଲେ ଶ୍ରୀଲଙ୍କା ବୋଲର ୱାନିନ୍ଦୁ ହସରଙ୍ଗା । ଟି-୨୦ ବିଶ୍ବକପରେ ତୃତୀୟ କ୍ରିକେଟର ଭାବେ ଶନିବାର ହ୍ୟାଟ୍-ଟ୍ରିକ୍ ହାସଲ କରିଛନ୍ତି ହସରଙ୍ଗା । ଚଳିତ ଟି-୨୦ ବିଶ୍ବକପରେ ଶନିବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ଏହି ବିରଳ ସଫଳତା ହାସଲ କରିଛନ୍ତି ହସରଙ୍ଗା ।
ଶ୍ରୀଲଙ୍କା ସ୍ପିନର ଦକ୍ଷିଣ ଆଫ୍ରିକାର ଆଡମ ମାର୍କ୍ରମ, ତେମ୍ବା ବାଭୁମା ଓ ଡ୍ବାଇନ ପ୍ରିଟୋରିସଙ୍କୁ ଲଗାତାର ୩ଟି ବଲ୍ରେ ଆଉଟ୍ କରିଥିଲେ ।
କର୍ଟିସ କ୍ୟାମ୍ପ୍ର ଓ ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବେଲାର ବ୍ରେଟ୍ ଲି ଟି-୨୦ ବିଶ୍ବକପରେ ହ୍ୟାଟ୍-ଟ୍ରିକ୍ ହାସଲ କରିଥିବା ଅନ୍ୟ ଦୁଇ ବୋଲର ରହିଛନ୍ତି । ମଜାଦାର କଥା ହେଉଛି, ଚଳିତ ମାସରେ କ୍ୟାମ୍ପର ମଧ୍ୟ ହ୍ୟା-ଟ୍ରିକ୍ ହାସଲ କରିଥିଲେ । ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍ରେ କଲିନ ଆକରମାନ୍, ରିଆନ ଡସକଟ୍ ଓ ସ୍କଟ୍ ଏଡୱାର୍ଡ୍ସଙ୍କୁ ଶିକାର କରିଥିଲେ ।
ତେବେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ଡେଭିଡ ମିଲର, ହସରଙ୍ଗାଙ୍କ ହ୍ୟାଟ୍-ଟ୍ରିକ୍କୁ ଫିକା କରିଥିଲେ । ବିସ୍ଫୋରକ ବ୍ୟାଟିଂ ସହ ଟିମକୁ ବିଜୟୀ କରାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ