ଆବୁଧାବି:ନ୍ୟୁଜିଲାଣ୍ଡକୁ ୧୬୭ ରନ୍ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରଥମରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଫଳରେ ଇଂଲଣ୍ଡ ଓପନରମାନେ ବଡ଼ ସଟ୍ ଖେଳିବାରେ ଅସମର୍ଥ ରହିଥିଲେ । ଫର୍ମରେ ଥିବା ଜୋଶ ବଟଲର ମାତ୍ର ୪ଟି ଚୌକା ସହ ୨୯ ରନ୍ କରିବାକୁ ସକ୍ଷମ ହୋଇଥିଲେ । ସେପଟେ ଆଜି ଓପେନିଂ କରିବାକୁ ଓହ୍ଲାଇଥିବା ବେୟାରଷ୍ଟୋ ମାତ୍ର ୧୩ ରନ୍ କରି ପ୍ରଥମ ୱିକେଟ ଭାରରେ ଆଉଟ ହୋଇଥିଲେ ।
ଏହାପରେ ଦଳୀୟ ସ୍କୋର୍ ୫୩ ଥିବା ବେଳେ ଜୋଶ ବଟଲର ମଧ୍ୟ ଆଉଟ ହୋଇ ପାଭେଲିୟନ ଫେରିଥିଲେ । ଡାବିଡ ମଲାନ ଓ ମୋଇନ ଅଲୀଙ୍କ ମଧ୍ୟରେ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ମଲାନ ୩୦ ବଲ୍ରୁ ୪୧ ରନ୍ କରିଥିବା ବେଳେ ମୋଇନ ଅଲୀ ୩୭ ବଲ୍ରୁ ୫୧ ରନ୍ କିରଥିଲେ । ଫଳରେ ଇଂଲଣ୍ଡର ଦଳୀୟ ସ୍କୋର୍ ୪ ୱିକେଟ ବିନିମୟରେ ୧୬୬ ରନ୍ରେ ପହଞ୍ଚି ପାରିଥିଲା । ଶେଷ ବେଳକୁ ଲିଭିଂଷ୍ଟୋନ କେତୋଟି ବଡ଼ ସଟ୍ ଖେଳି ୧୭ ରନ୍ କିରଥିଲେ ।