ଦୁବାଇ: ଟି-୨୦ ବିଶ୍ବକପରେ ଇଂଲଣ୍ଡ ଦଳ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି । ତେବେ ଏହାରି ମଧ୍ୟ ଇଂଲଣ୍ଡକୁ ଏକ ଜବରଦସ୍ତ ଝଟକା ଲାଗିଛି । ଜଙ୍ଘରେ ଆଘାତ ଯୋଗୁଁ ଫାଷ୍ଟ ବୋଲର ଟାଇମାଲ ମିଲ୍ସ ଟି-୨୦ ବିଶ୍ବକପ୍ରୁ ବାଦ ପଡ଼ିଛନ୍ତି ।
ଶାରଜାହରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଖେଳିବାରେ ଏଭଳି ଆହତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଟାଇମାଲ ମିଲ୍ସ । ଏହାପରେ ଗତ ସୋମବାର ତାଙ୍କର ଯାଞ୍ଚ କରାଯାଇଥିଲା । ତେବେ ମିଲ୍ସଙ୍କ ସ୍କାନ୍ ରିପୋର୍ଟରେ ଆଘାତ ସଙ୍ଗୀନ ବୋଲି ଜଣାପଡ଼ିଛି । ଫଲରେ ତାଙ୍କୁ ବିଶ୍ରାମ ଦେବାକୁ ଇଂଲଣ୍ଡ କ୍ରିକେଟ ନିଷ୍ପତ୍ତି ନେଇଛି ।