ହାଇଦ୍ରାବାଦ: ICC ପୁରୁଷ ଟି-୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟ ପରେ ସେମିଫାଇନାଲରେ ପହଞ୍ଚିବାକୁ ୫ଟି ମ୍ୟାଚ୍ ବାକି ରହିଛି, ତେବେ ଏଯାବତ ସେମିଫାଇନାଲରେ କେବଳ ଗୋଟିଏ ଟିମ ପାକିସ୍ତାନ ହିଁ ସ୍ଥାନ ସୁନିଶ୍ଚିତ କରିପାରିଛି ।
ପାକିସ୍ତାନ ମଙ୍ଗଳବାର ନାମ୍ବିଆକୁ ହରାଇବା ସହ ଗ୍ରୁପ୍ ୨ରୁ ଶ୍ରେଷ୍ଠ ୪ ମଧ୍ୟରେ ଖେଳିବାକୁ ଟିକେଟ ହାସଲ କରିଛି । ଅନ୍ୟପଟେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍ର ପରିଣାମ ପରେ, ଏବେ ଦେଖିବାର କଥା ଯେ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବାକୁ ପ୍ରତ୍ୟେକ ଟିମକୁ କଣ ଆବଶ୍ୟକ ରହିଛି ।
ଗ୍ରୁପ ୧
ସେମିଫାଇନାଲରେ ପହଞ୍ଚିବାକୁ ସର୍ବନିମ୍ନ ପଏଣ୍ଟ: 6 ପଏଣ୍ଟ
ସେମିଫାଇନାଲରେ ପହଞ୍ଚିବାକୁ ଜରୁରୀ ସର୍ବାଧିକ ପଏଣ୍ଟ: ୧୦ ପଏଣ୍ଟ
ଇଂଲଣ୍ଡ
ପଏଣ୍ଟ: ୮
ମ୍ୟାଚ୍: ୪
NRR: + ୩.୧୮୩
ମୁକାବିଲା ବାକି: ଦକ୍ଷିଣ ଆଫ୍ରିକା
ସେମିଫାଇନାଲରେ ପହଞ୍ଚିବାକୁ କଣ କରିବାକୁ ହେବ:
ଇଂଲଣ୍ଡ ୪ଟି ମ୍ୟାଚ୍ରୁ ୮ ପଏଣ୍ଟ ସହ ଶ୍ରେଷ୍ଠ ୪ ମଧ୍ୟରେ ନିଜର ସ୍ଥାନ ପକ୍କା କରିସାରିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ୪ଟି ମ୍ୟାଚ୍ରୁ ୩ ବିଜୟ ସହ ୬ ପଏଣ୍ଟ ହାସଲ କରିସାରିଛନ୍ତି । ଅଷ୍ଟ୍ରେଲିଆର ଶେଷ ମ୍ୟାଚ୍ ୱେଷ୍ଟଇଣ୍ଡିଜ ସହ ଓ ଇଂଲଣ୍ଡର ଶେଷ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସହ ରହିଛି । ଫଳରେ ଶେଷ ମ୍ୟାଚ୍ରେ ବିଜୟ ସହ ୮ ପଏଣ୍ଟ ହାସଲ କରିବାକୁ ଉଭୟଙ୍କ ପାଖେ ସୁଯୋଗ ରହିଛି । ଏପରି ସ୍ଥିତିରେ ଦକ୍ଷିଣ ଆଫ୍ରିକା ବଡ ବ୍ୟବଧାନରେ ଇଂଲଣ୍ଡକୁ ହରାଇ ରନ୍ ରେଟ୍ ସୁଧାରିବା ଆବଶ୍ୟକ କରୁଛି ।
ଅଷ୍ଟ୍ରେଲିଆ
ପଏଣ୍ଟ: ୬
ମ୍ୟାଚ୍: ୪
NRR: + ୧.୦୩୧
ମୁକାବିଲା ବାକି: ୱେଷ୍ଟଇଣ୍ଡିଜ
ସେମିଫାଇନାଲରେ ପହଞ୍ଚିବାକୁ କଣ କରିବାକୁ ହେବ: ବିଜୟ ଓ ଭାଗ୍ୟ
ବାଂଲାଦେଶ ବିପକ୍ଷରେ ବଡ ବିଜୟ ଇଂଲଣ୍ଡ ଠାରୁ ମିଳିଥିବା ପରାଜୟର ପ୍ରଭାବକୁ ବରାବର କରିଥିଲା, ମାତ୍ର ଭାଗ୍ୟ ସଂପୂର୍ଣ୍ଣ ଭାବେ କଙ୍ଗାରୁ ଟିମ ହାତରେ ନାହିଁ । ବର୍ତ୍ତମାନ NRR ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆ ସୁପର ୧୨ରେ ଶେଷ ମ୍ୟାଚ୍ ୱେଷ୍ଟଇଣ୍ଡିଜ ସହ ରହିଛି ।
ଗୋଟିଏ ବିଜୟ ଅଷ୍ଟ୍ରେଲିଆକୁ ସେମିଫାଇନାଲରେ ସ୍ଥାନ ଗ୍ୟାରେଣ୍ଟି ଦେଇପାରିବ ନାହିଁ । କାରଣ ଦକ୍ଷିଣ ଆଫ୍ରିକା ଯଦି ଇଂଲଣ୍ଡକୁ ବଡ ବ୍ୟବଧାନରେ ହରାଇଦିଏ ତେବେ NRR ଅଷ୍ଟ୍ରେଲିଆ ଠାରୁ ଅଧିକ ହୋଇଯିବ । ସେହିପରି ଅଷ୍ଟ୍ରେଲିଆ ପାଇଁ ଅନ୍ୟଏକ ସମୀକରଣ ମଧ୍ୟ ରହିଛି । ଯଦି ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍ରେ ଟିମ ପରାସ୍ତ ହେଉଛି, ସେମିଫାଇନାଲରେ ପହଞ୍ଚିବାର ସୁଯୋଗ ଶେଷ ହେବନାହିଁ । କାରଣ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଠାରୁ ମ୍ୟାଚ୍ ହାରିଲେ ସମାନ ପଏଣ୍ଟ ଦୃଷ୍ଟିରୁ ଅଷ୍ଟ୍ରେଲିଆ ପାଇଁ ସୁଯୋଗ ରହିବ ।
ସଂକ୍ଷେପରେ: ଶେଷ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ ହରାଇବା ସହ ଏହା ଆଶା କରିବ ଯେ ଦକ୍ଷିଣ ଆଫ୍ରିକାକୁ ଇଂଲଣ୍ଡ ହରାଇବ କିମ୍ବା ଇଂଲଣ୍ଡକୁ ବଡ ବ୍ୟବଧାନରେ ହରାଇବ ନାହିଁ ।
ଦକ୍ଷିଣ ଆଫ୍ରିକା
ପଏଣ୍ଟ : ୬
ମ୍ୟାଚ୍: ୪
NRR: +୦.୭୪୨
ମୁକାବିଲା ବାକି: ଇଂଲଣ୍ଡ
ସେମିଫାଇନାଲରେ ପହଞ୍ଚିବାକୁ କଣ କରିବାକୁ ହେବ: ବିଜୟ ଓ ଆଶା
ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ପ୍ରଥମ ପରାଜୟ ପରେ ଦକ୍ଷିଣ ଆଫ୍ରିକା ଭଲ କମବ୍ୟାକ କରିଛି । ମାତ୍ର ଅଷ୍ଟ୍ରେଲୀୟ ଟିମ ପରି ଭାଗ୍ୟ ସଂପୂର୍ଣ୍ଣ ରୂପେ ହାତରେ ନାହିଁ ।
ଅଷ୍ଟ୍ରେଲିଆ ଟିମ ବାଂଲାଦେଶକୁ ବଡ ବ୍ୟବଧାନରେ ହରାଇବା ସହ ନେଟ୍ ରନ୍ ରେଟ୍ ମାମଲାରେ ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇଦେଇଛି । ଅଷ୍ଟ୍ରେଲିଆ ପରି ଦକ୍ଷିଣ ଆଫ୍ରିକାର ସ୍ଥିତି ରହିଛି । ଶେଷ ମ୍ୟାଚ୍ରେ ବିଜୟ ମଧ୍ୟ ସିଧାସଳଖ ସେମି ଟିକେଟ ଦେବନାହିଁ, ମାତ୍ର ପରାଜୟ ବିଦାୟ ରାସ୍ତା ଦେଖାଇବ ।
ଏପରି ସ୍ଥିତିରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ମ୍ୟାଚ୍ ପରେ ସ୍ପଷ୍ଟ ହେବ ଯେ ସେମିଫାଇନାଲରେ ସ୍ଥାନ ପାଇଁ ଦକ୍ଷିଣ ଆଫ୍ରିକାକୁ କେତେ ବ୍ୟବଧାନର ବିଜୟୀ ହେବାକୁ ପଡିବ ।
ସଂକ୍ଷେପରେ: ଅଷ୍ଟ୍ରେଲିଆ ଠାରୁ ନେଟ୍ ରନ୍ ରେଟ୍ ମାମଲାରେ ଆଗରେ ରହିବାକୁ ଇଂଲଣ୍ଡ ବିପକ୍ଷରେ ବଡ ବିଜୟ ଜରୁରୀ । ଅନ୍ୟପଟେ ୱେଷ୍ଟଇଣ୍ଡିଜ ମଧ୍ୟ ଅଷ୍ଟ୍ରେଲିଆକୁ ପରାସ୍ତ ପରେ ନେଟ୍ ରନ୍ ରେଟ୍ କମ୍ ହୋଇଯିବ ।