ଓଡିଶା

odisha

ETV Bharat / sports

T20 WC 2022: ସୁପର ୧୨ରେ ବାଂଲାଦେଶ ଓ ଆଫଗାନିସ୍ତାନ - ସୁପର ୧୨ ପର୍ଯ୍ୟାୟରେ ଆଫଗାନିସ୍ତାନ

ଅଷ୍ଟ୍ରେଲିଆରେ ଖେଳାଯିବ ଟି-୨୦ ବିଶ୍ବକପର ଆଗାମୀ ସଂସ୍କରଣ । ୨୦୨୨ ସଂସ୍କରଣର ଟୁର୍ଣ୍ଣାମେଣ୍ଟର ସୁପର ୧୨ରେ ସ୍ଥାନ ସୁରକ୍ଷିତ କରିଛନ୍ତି ଆଫଗାନିସ୍ତାନ ଓ ବାଂଲାଦେଶ । ଅଧିକ ପଢନ୍ତୁ...

Bangladesh, Afghanistan assured of Super 12 spot in 2022 T20 WC
T20 WC 2022: ସୁପର ୧୨ରେ ବାଂଲାଦେଶ ଓ ଆଫଗାନିସ୍ତାନ

By

Published : Nov 7, 2021, 4:25 PM IST

ଦୁବାଇ: ଅଷ୍ଟ୍ରେଲିଆରେ ଖେଳାଯିବ ଟି-୨୦ ବିଶ୍ବକପର ଆଗାମୀ ସଂସ୍କରଣ । ୨୦୨୨ ସଂସ୍କରଣର ଟୁର୍ଣ୍ଣାମେଣ୍ଟର ସୁପର ୧୨ରେ ସ୍ଥାନ ସୁରକ୍ଷିତ କରିଛନ୍ତି ଆଫଗାନିସ୍ତାନ ଓ ବାଂଲାଦେଶ । ଅନ୍ୟପଟେ ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଟିମକୁ ଆଗାମୀ ଟି-୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟରେ ଖେଳିବାକୁ ଅତିରିକ୍ତ ଯୋଗ୍ୟତା ଅର୍ଜନ ରାଉଣ୍ଡ ଖେଳିବାକୁ ହେବ ।

ଚଳିତ ଟି-୨୦ ବିଶ୍ବକପରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ ସୁଦ୍ଧା ୬ଟି ଟିମ- ଇଂଲଣ୍ଡ, ପାକିସ୍ତାନ, ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଆଗାମୀ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ର ସୁପର ୧୨ ପର୍ଯ୍ୟାୟରେ ଖେଳିବାକୁ ନିଶ୍ଚିତ କରିଛନ୍ତି ।

ICC ମାନ୍ୟତା ଆଧାରରେ ସୁପର ୧୨ ସ୍ଥାନ ନିର୍ଣ୍ଣୟ ହୋଇଛି । ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ ୱେଷ୍ଟଇଣ୍ଡିଜ ମାନ୍ୟତାର ୧୦ମ ସ୍ଥାନକୁ ଖସିଆସିଛି । ସେହିପରି ଶ୍ରୀଲଙ୍କା ନବମ ସ୍ଥାନରେ ରହିଛି । ବାଂଲାଦେଶ ଅଷ୍ଟମ ସ୍ଥାନରେ ଓ ଆଫଗାନିସ୍ତାନ ସପ୍ତମ ସ୍ଥାନରେ ରହିଛି । ଫଳରେ ମାନ୍ୟତାର ୮ନମ୍ବର ସ୍ଥାନ ମଧ୍ୟରେ ଥିବା ଗୁଡିକ ସିଧାସଳଖ ସୁପର ୧୨ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ବେଳେ ଅନ୍ୟ ଦୁଇଟି ଟିମ ଯୋଗ୍ୟତା ଅର୍ଜନ ରାଉଣ୍ଡ ମ୍ୟାଚ୍‌ ଖେଳିବାକୁ ହେବ ।

ଚଳିତ ଟି-୨୦ ବିଶ୍ବକପରେ ୱେଷ୍ଟଇଣ୍ଡିଜ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଥିବାବେଳେ ବାଂଲାଦେଶ ସୁପର ୧୨ ପର୍ଯ୍ୟାୟରେ ଖେଳିଥିବା ସମସ୍ତ ମ୍ୟାଚ୍‌ରେ ପରାଜୟର ମୁହଁ ଦେଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details