ଓଡିଶା

odisha

ETV Bharat / sports

Zurich Diamond League 2023: ସିଲଭର ପଦକ ଜିତିଲେ ସୁନା ପୁଅ ନୀରଜ - ନୀରଜ ଚୋପ୍ରା

ଜୁରିକ ଡାଇମଣ୍ଡ ଲିଗରେ ରୌପ୍ୟ ପଦକ ଜିତିଛନ୍ତି ବିଶ୍ବ ଜାଭେଲିନ ଚମ୍ପିଆନ ଭାରତର ଷ୍ଟାର ଜାଭେଲିନ ଫିଙ୍ଗାଳୀ ନୀରଜ ଚୋପ୍ରା । ଅଧିକ ପଢନ୍ତୁ

Neeraj chopra wins silver medal in Diamond League
Zurich Diamond League 2023

By ETV Bharat Odisha Team

Published : Sep 1, 2023, 6:59 AM IST

ନୂଆଦିଲ୍ଲୀ: ବିଶ୍ବ ଚମ୍ପିଆନ ତଥା ଭାରତର ଷ୍ଟାର ଜାଭେଲିନ ତାରକା ନୀରଜ ଚୋପ୍ରା ଆଉ ଏକ ସଫଳତା ହାସଲ କରିଛନ୍ତି । ଜୁରିକ ଡାଇମଣ୍ଡ ଲିଗରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିତିଛନ୍ତି ନୀରଜ ଚୋପ୍ରା । ସେ ଚତୁର୍ଥ ପ୍ରୟାସରେ 85.71 ମିଟର ଜାଭେଲିନ ଭିଙ୍ଗି ଏହି ସଫଳତା ହାସଲ କରିଛନ୍ତି ।

ନୀରଜ ତାଙ୍କ ପ୍ରଥମ ଥ୍ରୋରେ 80.79 ମିଟର ଜାଭେଲିନ ଫିଙ୍ଗିଥିଲେ । ପରବର୍ତ୍ତୀ ଦୁଇଟି ଯାକ ଥ୍ରୋ ଫାଉଲ ହୋଇଥିଲା । 3ଟି ରାଉଣ୍ଡ ସୁଦ୍ଧା ସେ ପଞ୍ଚମ ସ୍ଥାନରେ ରହିଥିଲେ । ଚତୁର୍ଥ ପ୍ରୟାସରେ ନୀରଜ 85.22ମିଟର ଜାଭେଲିନ ଫିଙ୍ଗି ପଦକ ପକ୍କା କରିଥିଲେ । ଅନ୍ତିମ ପ୍ରୟାସରେ ସେ 85.71 ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଥିଲେ । ଚେକ ଗଣରାଜ୍ୟର ଜାକୁବ ଭାଲଡେଚ 85.86 ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ରହିବା ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଜର୍ମାନୀର ଜୁଲିଆନ ୱେବର 85.04 ମିଟର ଜାଭେଲିନ ଫିଙ୍ଗି ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଅନ୍ୟପଟେ ପୁରୁଷ ଲଙ୍ଗ ଜମ୍ପ ଇଭେଣ୍ଟରେ ଭାରତର ମୁରଲୀ ଶ୍ରୀଶଙ୍କର 7.99ମିଟର ଦୂର ଜମ୍ପ ସହ ପଞ୍ଚମ ସ୍ଥାନରେ ରହିଛନ୍ତି । ସେ ତାଙ୍କ ପ୍ରଥମ ପ୍ରୟାସରେ ଏହି ଦୂରତା ଛୁଇଁଥିଲେ । ବିଶ୍ବ ଚମ୍ପିଆନଲ ଗ୍ରୀସର ମିଲଚିଆଡିସ ଚେଣ୍ଟୋଗ୍ଲୋ 8.20ମିଟର ଦୂର ଡେଇଁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଜମାଇକା ଆଥଲେଟ 8.07 ମିଟର ଜମ୍ପ କରି ରୌପ୍ୟ ଜିତିଥିବାବେଳେ ଆମେରିକାର ଜାରିୟନ ଲସନ 8.05 ମିଟର ଜମ୍ପ କରି ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଏହା ବି ପଢନ୍ତୁ...Zurich Diamond League 2023: ସୁନା ପୁଅ ନୀରଜଙ୍କ ଉପରେ ସମସ୍ତଙ୍କ ନଜର

ଏହା ବି ପଢନ୍ତୁ...World Athlethics Championships: ପ୍ରଥମ ଭାରତୀୟ ଭାବେ ଐତିହାସିକ ସ୍ବର୍ଣ୍ଣ ଜିତିଲେ ନୀରଜ, ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପ୍ରକାଶ ଥାଉ କି, ନିକଟରେ ସଦ୍ୟ ସମାପ୍ତ ହୋଇଥିବା ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ଜିତିଥିଲେ । 40 ବର୍ଷ ପରେ ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରୁ ଭାରତକୁ ପଦକ ମିଳିଥିଲା । ପ୍ରଥମ ଭାରତୀୟ ଆଥଲେଟ ଭାବେ ନୀରଜ ଏହି ସ୍ବର୍ଣ୍ଣିମ ସଫଳତା ପାଇଥିଲେ । ପାକିସ୍ତାନୀ ପ୍ରତିନ୍ଦ୍ବନ୍ଦୀଙ୍କୁ ପରାସ୍ତ କରି 88.17 ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ ନୀରଜ ।

ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲା ନୀରଜ ତାଙ୍କ କ୍ୟାରିୟରରେ 2018 ଏସିଆ ଗେମ୍ସରେ ସ୍ବର୍ଣ୍ଣ, 2018 ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଗୋଲ୍ଟ ମେଡାଲ ସହିତ 4ଟି ଅଲଗା ଅଲଗା ଡାଇମଣ୍ଡ ଲିଗ ଟାଇଟଲ ଜିତିଛନ୍ତି । 2022 ଡାଇମଣ୍ଡ ଲିଗ ଚମ୍ପିଆନ ଟ୍ରଫି ହାତେଇଥିଲେ ନୀରଜ । 2016ରେ ଜୁନିୟର ୱାର୍ଲ୍ଡ ଚାମ୍ପିଅନ ଓ 2017ରେ ଏସିଆନ ଚମ୍ପିଆନସିପ ଟାଇଟଲ ଜିତିଥିଲେ ଏହି ଷ୍ଟାର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ।

ABOUT THE AUTHOR

...view details