ହାଇଦ୍ରାବାଦ:ଆଜି ଠାରୁ ସୁଇଜରଲାଣ୍ଡରେ ଆରମ୍ଭ ହେବ ଜୁରିକ ଡାଇମଣ୍ଡ ଲିଗ 2023 । ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ପ୍ରଥମ ଭାରତୀୟ ଭାବେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ସୁନା ପୁଅ ନୀରଜ ଚୋପ୍ରା ଏଥିରେ ଅଂଶ ଗ୍ରହଣ କରିବେ । ଏଥର ଡାଇମଣ୍ଡ ଲିଗରେ ଦେଶ ପାଇଁ ପୁଣି ସ୍ବର୍ଣ୍ଣ ଜିତିବେ ବୋଲି ଆଶା କରାଯାଉଛି । ସମସ୍ତଙ୍କ ନଜର ନୀରଜଙ୍କ ପ୍ରଦର୍ଶନ ଉପରେ ରହିଛି । କ୍ରମାଗତ ଭାବେ ନୀରଜଙ୍କ ପ୍ରଦର୍ଶନ ଭଲ ରହିଛି । ପୂର୍ବରୁ ଲୁସାନେ ଓ ଦୋହା ଡାଇମଣ୍ଡ ଲିଗରେ ସ୍ବର୍ଣ୍ଣ ଜିତିଥିଲେ ନୀରଜ । ଏହାପରେ ଚଳିତ ମାସରେ ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଛନ୍ତି ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ସେହିପରି ପୁରୁଷ ବର୍ଗ ଉଚ୍ଚଡିଆଁ (ଲଙ୍ଗଜମ୍ପ)ରେ ଭାରତର ମୁରଲୀ ଶ୍ରୀଶଙ୍କର ଅଂଶଗ୍ରହଣ କରିବେ ।
ଏହା ମଧ୍ୟ ପଢନ୍ତୁ-World Athletics Championships: ଦେଶବାସୀଙ୍କୁ ପଦକ ଉତ୍ସର୍ଗ କଲେ ସୁନାପୁଅ ନୀରଜ
ବୁଦାପେଷ୍ଟରେ ଅନୁଷ୍ଠିତ ବିଶ୍ବ ଆଥଲେଟିକ ଚମ୍ପିଆନସିପ ଜାଭେଲିନ ଥ୍ରୋ ଫାଇନାଲରେ ପାକିସ୍ତାନର ଅର୍ଶଦ ଦୀପଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ଜିତିଛନ୍ତି ନୀରଜ । 88.17 ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ନୀରଜ ଚୋପ୍ରା ତାଙ୍କ ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ ମଧ୍ୟ ଦ୍ବିତୀୟ ପ୍ରୟାସରେ ଜବରଦସ୍ତ କମବ୍ୟାକ କରି ପ୍ରଥମ ସ୍ଥାନରେ ଅଧିକାର କରିଥିଲେ ।