ଓଡିଶା

odisha

ETV Bharat / sports

ସାବାସ ଅର୍ଜୁନ: ଦେଶ ପାଇଁ 102 ଟ୍ରଫି ପରେ ନିଲାମ କଲେ ଜୋତା - ଗଲ୍ଫ ଖେଳାଳି ଅର୍ଜୁନ ଭାତି

ଯୁବ ଗଲ୍ଫ ଖେଳାଳି ଅର୍ଜୁନ ଭାତିଙ୍କ କୋରୋନା ସହାୟତା । ପ୍ରଧାନମନ୍ତ୍ରୀ କେଆର୍ସ ଫଣ୍ଡକୁ 3 ଲକ୍ଷ 30 ହଜାର ଟଙ୍କା ଦାନ କରିଛନ୍ତି ଅର୍ଜୁନ । ପୂର୍ବରୁ ମଧ୍ୟ 4 ଲକ୍ଷ 30 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ଅର୍ଜୁନ ।

Young golfer Arjun Bhati raises Rs 3.30 lakh for COVID-19 relief Fund
ସଲାମ ଅର୍ଜୁନ: 102ଟ୍ରଫି ପରେ କଲେ ଜୋତା ନିଲାମ, କହିଲେ ଦେଶ ରହିବା ଦରକାର

By

Published : Apr 21, 2020, 7:05 PM IST

ନୂଆଦିଲ୍ଲୀ: ଯୁବ ଗଲ୍ଫ ଖେଳାଳି ଅର୍ଜୁନ ଭାତିଙ୍କ କୋରୋନା ସହାୟତା । ପ୍ରଧାନମନ୍ତ୍ରୀ କେଆର୍ସ ଫଣ୍ଡକୁ ନିଜର ଜୋତାକୁ ନିଲାମ କରି 3 ଲକ୍ଷ 30 ହଜାର ଟଙ୍କା ଦାନ କରିଛନ୍ତି ଅର୍ଜୁନ । ଏହି ଫଟା ଜୋତା ପିନ୍ଧି ଗଲ୍ପ ୱାର୍ଲ୍ଡ ଚମ୍ପିଆନସିପ 2018 ଟାଇଟେଲ ବିଜେତା ହୋଇଥିଲେ ଅର୍ଜୁନ ।

ପୂର୍ବରୁ ଜିତିଥିବା ସମସ୍ତ 102ଟି ଟ୍ରଫିକୁ 102 ଲୋକଙ୍କୁ ନିଲାମ କରି 4 ଲକ୍ଷ 30 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ଅର୍ଜୁନ ।

ଏହି ଭାରତୀୟ ଯୁବ ଗଲ୍ପର । ସହାୟତା ରାଶି ପ୍ରଦାନ କରିବା ସହ, ଅର୍ଜୁନ ନିଜ ଟ୍ବିଟର ପେଜରେ ଏକ ଆବେଗ ପୂର୍ଣ୍ଣ ଟ୍ବିଟ କରିଛନ୍ତି । ଟ୍ବିଟରେ ଅର୍ଜୁନ ଲେଖିଛନ୍ତି "ଆମେ ରହୁ ବା ନ ରହୁ ମୋ ଦେଶ ରହିବା ଦରକାର । କୋରୋନା ଠାରୁ ଆସନ୍ତୁ ଆମ ଦେଶକୁ ବଞ୍ଚାଇବା । ଜୟ ହିନ୍ଦ ।"

ABOUT THE AUTHOR

...view details