ଓଡିଶା

odisha

ETV Bharat / sports

ଅଦିତିଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀଙ୍କ ପ୍ରଶଂସା - ଟୋକିଓ ଅଲମ୍ପିକ ୨୦୨୧

ପଦକ ଜିତିପାରିନଥିଲେ ମଧ୍ୟ ବିଶ୍ବ କ୍ରୀଡାର ମହାକୁମ୍ଭରେ ନିଜର ଛାପ ଛାଡିଛନ୍ତି ଭାରତର ଯୁବ ଗୋଲଫ୍‌ର ଅଦିତି ଅଶୋକ । ଅଧିକ ପଢନ୍ତୁ...

You went farther than any Indian, blazed trail: PM to golfer Aditi Ashok
ଅଦିତିଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କ୍ରୀଡାମନତ୍ରୀଙ୍କ ପ୍ରଶଂସା

By

Published : Aug 7, 2021, 1:20 PM IST

ନୂଆଦିଲ୍ଲୀ:ପଦକ ଜିତିପାରିନଥିଲେ ମଧ୍ୟ ବିଶ୍ବ କ୍ରୀଡାର ମହାକୁମ୍ଭରେ ନିଜର ଛାପ ଛାଡିଛନ୍ତି ଭାରତର ଯୁବ ଗୋଲଫ୍‌ର ଅଦିତି ଅଶୋକ । ପ୍ରତିଯୋଗିତାର ଫାଇନାଲ ରାଉଣ୍ଡ ପର୍ଯ୍ୟନ୍ତ ପଦକଠୁ ବେଶୀ ଦୂରରେ ନଥିଲେ ସେ ।

ସଂଭ୍ରାନ୍ତ ଶ୍ରେଣୀର ଲୋକଙ୍କ ଖେଳଭାବେ ପରିଗଣିତ ଗୋଲ୍‌ଫକୁ ଆପଣାଇ ଦିନେ ଅଲମ୍ପିକ ଖେଳିବାକୁ ସ୍ବପ୍ନ ଦେଖନଥିଲେ ଅଦିତି । କାରଣ ଗୋଲ୍‌ଫ ଅଲମ୍ପିକରେ ୨୦୧୬ ପୂର୍ବରୁ ସାମିଲ ନଥିଲା । କିନ୍ତୁ ଶନିବାର ଟୋକିଓ ଅଲମ୍ପିକ୍‌ରେ ମହିଳା ବ୍ୟକ୍ତିଗତ ଗୋଲ୍‌ଫ ଷ୍ଟ୍ରୋକ୍‌ ପ୍ଲେ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରି ଅଦିତି, ଦେଶର ସ୍ବର୍ଣ୍ଣିମ କ୍ରୀଡା ଇତିହାସରେ ନିଜର ନାମରେ ଏକ ସଫଳତମ ଅଧ୍ୟାୟ ଲେଖିଛନ୍ତି । ୨୩ ବର୍ଷିୟା ଏହି ଝିଅର ଅଲମ୍ପିକ୍‌ ପ୍ରଦର୍ଶନର ପ୍ରେରଣାଦାୟୀ କାହାଣୀ ଆଗାମୀ ଦଶନ୍ଧିରେ ନିଶ୍ଚୟ କୁହାଯିବ ।

ଫାଇନାଲ ଖେଳାଯିବାର ପୂର୍ବରୁ ସେ ଦ୍ବିତୀୟ ସ୍ଥାନରେ ଥିଲେ । ଅର୍ଥାତ ରୌପ୍ୟ ପଦକ ପାଖରେ ଥିଲେ । ପରେ ପଦକ ରାଉଣ୍ଡ ଖେଳର ଅଧାରେ ସେ ଯୁଗ୍ମ ଭାବେ ତୃତୀୟ ସ୍ଥାନକୁ ଖସିଆସିଥିଲେ ସୁଦ୍ଧା ବ୍ରୋଞ୍ଜ ପଦକ ପାଖରେ ଥିଲେ । ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ତାଙ୍କୁ ପ୍ରତିଯୋଗିତା ଶେଷ ହେବା ବେଳକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।

ଅଦିତିଙ୍କ ଏହି ପ୍ରଦର୍ଶନ ହୁଏତ ଗୋଲ୍‌ଫ ଖେଳରେ ଦେଶକୁ ପ୍ରଥମ ପଦକ ଦେଇପାରିନାହିଁ, ମାତ୍ର ଅଲମ୍ପିକର ଗତ ସଂସ୍କରଣରେ ୪୧ ତମ ସ୍ଥାନରେଥିବା ଅଦିତି ଏଥର ୪ରେ ପହଞ୍ଚିଛନ୍ତି ।

ଏହି ପ୍ରଦର୍ଶନ ପରେ ଅଦିତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details