ଓଡିଶା

odisha

ଅଲିମ୍ପିକ୍ସ ଆୟୋଜନ ସମିତି ଅଧ୍ୟକ୍ଷ ପଦରୁ ୟୋଶିରୋ ମୋରୀଙ୍କ ଇସ୍ତଫା

By

Published : Feb 12, 2021, 5:16 PM IST

ଟୋକିଓ ଅଲିମ୍ପିକ୍ସ 2021 ଆୟୋଜନ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ୟୋଶିରୋ ମୋରୀ। କିଛି ଦିନ ତଳେ ସେ ମହିଳାଙ୍କୁ ନେଇ ଏକ ବିବାଦିତ ବୟାନ ଦେଇଥିଲେ। ଅଧିକ ପଢ଼ନ୍ତୁ...

Yoshiro Mori resigns as chairman of Tokyo Olympics 2021
ଅଲିମ୍ପିକ୍ସ ଆୟୋଜନ ସମିତି ଅଧ୍ୟକ୍ଷ ପଦରୁ ୟୋଶିରୋ ମୋରୀଙ୍କ ଇସ୍ତଫା

ଟୋକିଓ:ଟୋକିଓ ଅଲିମ୍ପିକ୍ସ 2021 ଆୟୋଜନ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ୟୋଶିରୋ ମୋରୀ। କିଛି ଦିନ ତଳେ ସେ ମହିଳାଙ୍କୁ ନେଇ ଏକ ବିବାଦିତ ବୟାନ ଦେଇଥିଲେ। ୟୋଶିରୋ ମୋରୀଙ୍କୁ ନେଇ ଟିପ୍ପଣୀ ପରେ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହାପରେ ୟୋଶିରୋ ମୋରୀଙ୍କ ଇସ୍ତଫା ଦାବି କରିଥିଲେ ସ୍ଥାନୀୟ ଲୋକେ।

ଏହି 83 ବର୍ଷୀୟ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ନେଇ ଟୋକିଓ ଅଲିମ୍ପିକ୍ସ 2021 ଆୟୋଜନ ସମିତି ଏକ କାର୍ଯ୍ୟକାରିଣୀ ବୈଠକ ହୋଇଥିଲା। ଆଜି(ଶୁକ୍ରବାର) ଏହି ବୈଠକରେ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ପରେ ୟୋଶିରୋ ମୋରୀ କହିଛନ୍ତି ଯେ, "ମହିଳାଙ୍କୁ ନେଇ ତାଙ୍କର ଟିପ୍ପଣୀ ଉଚିତ ନଥିଲା। ଏହି ବୟାନ ପରେ ବିବାଦୀୟ ପରିସ୍ଥିତି ଉତ୍ପନ୍ନ ହୋଇଛି। ଏଥିପାଇଁ ନିଜ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି।"

2014 ମସିହାରେ ଅଲିମ୍ପିକ୍ସ ଆୟୋଜନ ସମିତି ଅଧ୍ୟକ୍ଷ ପଦ ଦାୟିତ୍ବ ଭାର ସମ୍ଭାଳିଥିଲେ। ଫେବ୍ରୁଆରୀ 3 ତାରିଖରେ ଏକ ସମାବେଶରେ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ, "ମହିଳାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦୀ ଭାବନା ଅଧିକ ରହିଛି। ଯେତେବେଳେ କୌଣସି ମହିଳା ସଦସ୍ୟ କିଛି ମନ୍ତବ୍ୟ ଦେବାକୁ ହାତ ଉଠାନ୍ତି, ସେତେବେଳ ଅନ୍ୟ ମହିଳାମାନେ ମଧ୍ୟ ଏହି ପରିପ୍ରେକ୍ଷୀରେ କିଛି ନା କିଛି କହିବା ଜରୁରୀ ଭାବି ନିଅନ୍ତି। ଯାହାଫଳରେ ଉଚିତ୍ ତଥ୍ୟ ମିଳି ପାରେନି।"

ୟୋଶିରୋ ମୋରୀ ଏଭଳି ମନ୍ତବ୍ୟ ପରେ ବିବାଦ ଆରମ୍ଭ ହୋଇଯାଇଥିଲା। ବର୍ତ୍ତମାନ ଟୋକିଓ ଅଲିମ୍ପିକ୍ସ 2021 ଆୟୋଜନ ସମିତି ଅଧ୍ୟକ୍ଷ ପଦ ପାଇଁ ଜାପାନ ଫୁଟବଲ ସଂଘର ପୂର୍ବତନ ଅଧ୍ୟକ୍ଷ କାବୁରୋ କବାବୁଚିଙ୍କ ନାମ ପ୍ରସ୍ତାବିତ ହୋଇଛି। ସେ ଏହି ପଦ ସମ୍ଭାଳିବା ନେଇ ବିଚାର କରୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details