ଓଡିଶା

odisha

WTT Contender: ମନିକା ବାତ୍ରା, ଅର୍ଚ୍ଚନା କମଥ ଜିତିଲେ ଡବଲ୍ସ ଟାଇଟେଲ୍‌

By

Published : Nov 8, 2021, 7:01 AM IST

ଭାରତୀୟ ଯୋଡି ମନିକା ବାତ୍ରା ଓ ଅର୍ଚ୍ଚନା କମଥ ଲାସକୋରେ ଅନୁଷ୍ଠିତ WTT କଣ୍ଟେଣ୍ଡର ଟୁର୍ଣ୍ଣାମେଣ୍ଟରେ ମହିଳା ଡବଲ୍ସ ଟାଇଟେଲ ବିଜୟୀ । ଅଧିକ ପଢନ୍ତୁ...

WTT Contender Lasko: Manika Batra, Archana Kamath clinch doubles title
WTT Contender: ମନିକା ବାତ୍ରା, ଅର୍ଚ୍ଚନା କମଥ ଜିତିଲେ ଡବଲ୍ସ ଟାଇଟେଲ୍‌

ଲାସକୋ(ସ୍ଲୋଭେନିଆ):ଭାରତୀୟ ଯୋଡି ମନିକା ବାତ୍ରା ଓ ଅର୍ଚ୍ଚନା କମଥ ଲାସକୋରେ ଅନୁଷ୍ଠିତ WTT କଣ୍ଟେଣ୍ଡର ଟୁର୍ଣ୍ଣାମେଣ୍ଟରେ ମହିଳା ଡବଲ୍ସ ଟାଇଟେଲ ବିଜୟୀ ହୋଇଛନ୍ତି ।

ଭାରତୀୟ ଯୋଡି ପୁଏର୍ଟୋ ରିକାନ ଟିମର ମେଲାନିଏ ଡିଆଜ ଓ ଆଡ୍ରିଆନା ଡିଆଜଙ୍କୁ ୧୧-୩, ୧୧-୮, ୧୨-୧୦ ସିଧାସଳଖ ସେଟ୍‌ରେ ହରାଇଛନ୍ତି ।

ସେମିଫାଇନାଲରେ ୱାଙ୍ଗ୍‌ ୟିଦି ଓ ଲିୟୁ ୱେଇସନଙ୍କୁ ୧୧-୬, ୮-୧୧, ୧୧-୬, ୫-୧୧, ୧୧-୮ ସେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ମନିକା ବାତ୍ରା ଓ ଅର୍ଚ୍ଚନା ଗିରି କମଥ ।

ପୂର୍ବରୁ ଶୁକ୍ରବାର ମନିକା ବାତ୍ରା ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପରାଜୟ ପରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details