ହାଇଦ୍ରାବାଦ: ରଦ୍ଦ ହେଲା ଭାରତୀୟ କୁସ୍ତି ମହାସଂଘ (WFI)ର ଅଧ୍ୟକ୍ଷ ବ୍ରିଜ ଭୂଷଣ ସିଂହଙ୍କ ସାମ୍ବାଦିକ ସମ୍ମିଳନୀ । ଭାରତୀୟ କୁସ୍ତି ସଂଘର ଜରୁରୀ ବୈଠକ ପରେ ଜାନୁଆରୀ ୨୨ ତାରିଖ ଅଯୋଧ୍ୟାରେ ସେ ନିଜ ପକ୍ଷ ରଖିବେ ସେ । ଦିନକୁ ଦିନକୁ WFI ଅଧ୍ୟକ୍ଷ ବ୍ରିଜ ଭୂଷଣ ସିଂହଙ୍କ ଅଡୁଆ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ଉଠିଥିବା ବିବାଦ ଥମିବାର ନାଁ ଧରୁନାହିଁ । ଭାରତୀୟ କୁସ୍ତି ମହାସଂଘ ( WFI )ର ଅଧ୍ୟକ୍ଷ ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଭାରତୀୟ ମହିଳା କୁସ୍ତି ତାରକା ଆନ୍ଦୋଳନ ଜାରି ରଖିଛନ୍ତି । WFI ଅଧ୍ୟକ୍ଷଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ମହିଳା କୁସ୍ତି ତାରକାମାନେ ଦିଲ୍ଲୀର ଜନ୍ତର ମନ୍ତରରେ ତିନି ଦିନ ଧରି ଧାରଣା ଦେଇଛନ୍ତି ।
Wrestlers Protest: ଆସନ୍ତାକାଲି ନିଜ ପକ୍ଷ ରଖିବେ ବ୍ରିଜ ଭୂଷଣ ସିଂହ - କୁସ୍ତିଯୋଦ୍ଧା ଭିନେଶ ଫୋଗାଟ
ବ୍ରିଜ ଭୂଷଣ ସିଂହ ଭାରତୀୟ କୁସ୍ତି ସଂଘର ବୈଠକ ପରେ ଜାନୁଆରୀ ୨୨ ତାରିଖ ଅଯୋଧ୍ୟାରେ ସେ ନିଜ ପକ୍ଷ ରଖିବେ । ଅଧିକ ପଢନ୍ତୁ
ସ୍ବର୍ଣ୍ଣ ପଦକ ବିଜେତା ତଥା ଭାରତୀୟ ଷ୍ଟାର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଭାରତୀୟ କୁସ୍ତି ମହାସଂଘ ଏବଂ ଏହାର ଅଧ୍ୟକ୍ଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । କୁସ୍ତି ମହାସଂଘ ସଭାପତି ବ୍ରିଜ ମୋହନ ସିଂ ରେସଲରଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ସାମ୍ନାକୁ ଆସିବା ପରେ ଦିଲ୍ଲୀର ଜନ୍ତରମନ୍ତରରେ ଏକାଧିକ ରେସଲର ସଭାପତିଙ୍କ ବିରୋଧରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବିକ୍ଷୋଭରେ ରିଓ ଅଲିମ୍ପିକ୍ସ ବିଜେତା ସାକ୍ଷୀ ମଲିକ, ସରିତା ମୋରେ, ବଜରଙ୍ଗ ପୁନିଆଙ୍କ ସମେତ ପାଖାପାଖି 30 ଜଣ କୁସ୍ତିଯୋଦ୍ଧା ସାମିଲ ହୋଇଛନ୍ତି ।