ଓଡିଶା

odisha

By

Published : Jun 15, 2023, 1:23 PM IST

Updated : Jun 15, 2023, 1:30 PM IST

ETV Bharat / sports

WFI Controversy: ବଢିଲା ବ୍ରିଜଭୂଷଣଙ୍କ ଅଡୁଆ, 1000 ପୃଷ୍ଠାର ଚାର୍ଜ୍‌ସିଟ୍‌ ଦାଖଲ

ଭାରତୀୟ କୁସ୍ତି ମହାସଂଘ ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଚାର୍ଜସିଟ ଦାଖଲ କରିଛି । ଅଧିକ ପଢନ୍ତୁ

charge sheet against brijbhushan sharan singh
WFI Controversy

ନୂଆଦିଲ୍ଲୀ: ବଢିଲା ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ । ଭାରତୀୟ କୁସ୍ତି ମହାସଂଘ ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ନାମରେ ଦିଲ୍ଲୀ ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି । ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ଅଭିଯୋଗ ଦିଲ୍ଲୀ ପୋଲିସ 1000 ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଛି । ମାମଲାରେ ଜୁଲାଇ 4ରେ ପରବର୍ତ୍ତୀ ଶୁଣାଣି ହେବ ।

ଏହା ବି ପଢନ୍ତୁ...WFI Elections: ପୁଣି ବଦଳିଲା ତାରିଖ, ଜୁଲାଇ 6ରେ ଭାରତୀୟ କୁସ୍ତି ସଂଘ ନିର୍ବାଚନ

ଆଇପିସି ଧାରା 354, 354D, 506(1) 345Aରେ ବ୍ରିଜଭୂଷଣ ନାମରେ ଚାର୍ଜସିଟ ଦାଖଲ ହୋଇଛି । ପୋକ୍‌ସୋ ମାମଲା ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲାରେ ବ୍ରଜିଭୂଷଣଙ୍କୁ ଦିଲ୍ଲୀ ପୋଲିସ କ୍ଲିନ୍‌ଚିଟ୍‌ ଦେଇଛି । ନାବାଳିକାଙ୍କ ବାପା ମତ ବଦଳାଇଥିବାରୁ ଏହି ମାମଲାରେ କ୍ଲିନ୍‌ଚିଟ୍‌ ମିଳିଛି । 7 ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ଅଭିଯୋଗରେ ଦୁଇଟି କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି । 6 ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗରେ କୋର୍ଟରେ ଗୋଟିଏ ଚାର୍ଜସିଟରେ ଦାଖଲ ହୋଇଥିବା ବେଳେ ଦ୍ବିତୀୟ ଚାର୍ଜସିଟରେ ନାବାଳିକାଙ୍କ ଅଭିଯୋଗ ମାମଲାରେ ଦାଖଲ ହୋଇଛି । ନାବାଳିକାଙ୍କ ଦ୍ବାରା କରାଯାଇଥିବା ଯୌନ ନିର୍ଯାତନା ଅଭିଯୋଗରେ ବ୍ରିଜଭୂଷଣଙ୍କୁ କ୍ଲିନ୍‌ଚିଟ୍‌ ଦେଇଛି ଦିଲ୍ଲୀ ପୋଲିସ ।

ଦିଲ୍ଲୀ ପୋଲିସ 28 ଏପ୍ରିଲରେ ବ୍ରିଜଭୂଷଣ ବିରୋଧରେ ମାମଲା ଦାଖଲ କରିଥିଲା । ଦାଖଲ ହୋଇଥିବା 1000 ପୃଷ୍ଠା ଚାର୍ଜସିଟରୁ 550 ପୃଷ୍ଠାରେ ପୋଲିସ କହିଛି ନାବାଳିକା କରିଥିବା ଅଭିଯୋଗରେ କୌଣିସ ପ୍ରମାଣ ମିଳିଲା ନାହିଁ । ତେଣୁ ପୋକ୍‌ସୋ ମାମଲାକୁ ହଟାଇବାକୁ କୋର୍ଟଙ୍କୁ ଆବେଦନ କରିଛି । ପୀଡିତା ଏବଂ ତାଙ୍କ ବାପାଙ୍କ ବୟାନ ଆଧାରରେ ପୋଲିସ ରିପୋର୍ଟ କୋର୍ଟରେ ଦାଖଲ କରିଛି ।

ଏହା ବି ପଢନ୍ତୁ...WFI Controversy: ନାବାଳିକାଙ୍କ ବାପାଙ୍କ ୟୁଟର୍ଣ୍ଣ, ପ୍ରବଳ ଚାପ ଥିବା କହିଲେ ବଜରଙ୍ଗ

କଣ ମାମଲା:କୁସ୍ତିରେ ଅନେକ ମେଡାଲ ଆଣିଥିବା କୁସ୍ତଯୋଦ୍ଧା ଭିନେଶ ଫୋଗାଟ ଡବ୍ଲୁଏଫଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଭାରତର ଅନେକ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନାର ଶିକାର ହୋଇଥିବା କହିଥିଲେ । 10ରୁ 12 ଜଣ ଯୌନ ନିର୍ଯାତନା ଘଟଣା ବିଷୟରେ ସେ ଜାଣିଥିବା କହିଥିଲେ । ବ୍ରିଜଭୂଷଣଙ୍କ ନାମରେ ଅଭିଯୋଗ କରି ଆନ୍ଦୋଳନ କରିଥିଲେ । ସମାଧାନ ପ୍ରତିଶ୍ରୁତି ମିଳିବା ସହିତ ତଦନ୍ତ କମିଟି ଗଠନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ହଟିଥିଲେ । ମେରୀ କମ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ତଦନ୍ତ ହୋଇଥିଲା ମାତ୍ର ପୋଲିସ ମାମଲା ରୁଜୁ କରୁନଥିବା ଅଭିଯୋଗ କରି ପୁଣି ଜନ୍ତରମନ୍ତରରେ ଧାରଣାରେ ବସିଥିଲେ କୁସ୍ତିଯୋଦ୍ଧା ।

ଦୀର୍ଘ 25 ଦିନରୁ ଅଧିକ ଧାରଣା ପରେ ଜୁନ 7 ତାରିଖରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନର ନେତୃତ୍ବ ନେଇଥିବା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର । ଜୁନ୍‌ 15 ତାରିଖରେ ବ୍ରିଜଭୂଷଣଙ୍କ ନାମରେ ଚାର୍ଜସିଟ ଦାଖଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଜୁନ୍‌ 15 ତାରିଖ ଯାଏ ଆନ୍ଦୋଳନକୁ ସ୍ଥଗିତ କରିଥିଲେ କୁସ୍ତିଯୋଦ୍ଧା ।

Last Updated : Jun 15, 2023, 1:30 PM IST

ABOUT THE AUTHOR

...view details