ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଦେଶର ଜଣାଶୁଣା ମହିଳା କୁସ୍ତିଯୋଦ୍ଧା । ଏହି ମାମଲାକୁ 55ଦିନ ବିତିଯାଇଛି । ଏହି ମାମଲାର ଯାଞ୍ଚ ପାଇଁ ଗଠିତ ନୀରିକ୍ଷଣ କମିଟି(ଓଭରସାଇଟ)ର ସମୟସୀମା ଶେଷ ହୋଇଛି । ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି କମିଟି ରିପୋର୍ଟ ଦାଖଲ କରିବ । କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ହୋଇଥିବା ଅଭିଯୋଗ ନେଇ କୁସ୍ତିଯୋଦ୍ଧା କମିଟି କୌଣସି ପ୍ରମାଣ ଦେଇପାରି ନଥିବା ସୂଚନା ମିଳିଛି ।
କୁସ୍ତିଯୋଦ୍ଧା ମେରୀ କମଙ୍କ ନେତୃତ୍ବରେ ଆଇଓସି ପ୍ୟାନେଲ ଘଟଣାର ତଦନ୍ତ କରୁଥିଲା । ମାମଲାରେ ରିପୋର୍ଟ ଦାଖଲ କରିବାକୁ ସମୟ ମାଗିଥିଲା କମିିିଟି । ମାର୍ଚ୍ଚ 9 ତାରିଖ ସୁଦ୍ଧା କମିଟିକୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା । କୁସ୍ତି ମହାଂସଘ ବିବାଦର ତଦନ୍ତ ପାଇଁ ଗଠିତ ଓଭରସାଇଟ ବା ନୀରକ୍ଷଣ କମିଟିରେ ଅଲମ୍ପିକ୍ସ ପଦକ ବିଜୟିନୀ ମ୍ୟାରୀ କମ ନେତୃତ୍ବ ନେଇଥିଲେ । ଅନ୍ୟ ସଦସ୍ୟ ଭାବେ ଅଲମ୍ପିକ୍ସ ପଦକ ବିଜେତା ଯୋଗେଶ୍ବର ଦତ୍ତ, ପୂର୍ବତନ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ତୃପ୍ତି ରହିଛନ୍ତି । ରାଜ୍ୟ ଗୋଷ୍ଠୀ କ୍ରାଡାରେ ପଦକ ବିଜେତା ବଜରଙ୍ଗ ପୁନିଆ, ଭିନେଶ ଫୋଗାଟ, ରବି ଦହିୟା ଓ ସାକ୍ଷୀ ମଲ୍ଲିକଙ୍କ ଭଳି କୁସ୍ତିଯୋଦ୍ଧା ଡବ୍ଲୁଏଫଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ।