ଓଡିଶା

odisha

By

Published : May 28, 2021, 6:12 AM IST

ETV Bharat / sports

ସାମ୍ନାକୁ ଆସିଲା ସୁଶୀଲଙ୍କ ସାଙ୍ଘାତିକ ସତ, ମୃତ ସାଗରଙ୍କୁ ପିଟୁଥିବାର ଭିଡିଓ ଭାଇରାଲ

ଛତ୍ରଶାଲ ଷ୍ଟାଡିୟମରେ ହୋଇଥିବା କୁସ୍ତିଯୋଦ୍ଧା ସାଗର ହତ୍ୟା ମାମଲାରେ ବଡ ଖୁଲାସା । ଦେଖନ୍ତୁ ଭିଡିଓ

wrestler sushil kumar photo goes viral in sagar phalwan murder case-at-chhatrasal-stadium-delhi
ସାମ୍ନାକୁ ଆସିଲା ସୁଶୀଲଙ୍କ ସାଙ୍ଘାତିକ ସତ, ମୃତ ସାଗରଙ୍କୁ ପିଟୁଥିବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଛତ୍ରଶାଲ ଷ୍ଟାଡିୟମରେ ହୋଇଥିବା କୁସ୍ତିଯୋଦ୍ଧା ସାଗର ହତ୍ୟା ମାମଲାରେ ବଡ ଖୁଲାସା । ଅଭିଯୁକ୍ତ କୁସ୍ତିଯୋଦ୍ଧା ସୁଶୀଲ କୁମାର ସାଗରଙ୍କୁ ପିଟୁଥିବାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ସୁଶୀଲଙ୍କ ହାତରେ ଏକ ଶକ୍ତ ବାଡି ଥିବା ସ୍ପଷ୍ଟ ଜଣାପଡୁଛି । ଏହି ମାମଲାରେ ପୋଲିସ ପାଖରେ ମାରପିଟର ଭିଡିଓ ଫୁଟେଜ ପୂର୍ବରୁ ରହିଛି । ଏଫଏସଏଲର ରିପୋର୍ଟରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଭିଡିଓ ସହ କୌଣସି ପ୍ରକାର ଏପଟ ସେପଟ କରାଯାଇନାହିଁ ।

ସାମ୍ନାକୁ ଆସିଲା ସୁଶୀଲଙ୍କ ସାଙ୍ଘାତିକ ସତ, ମୃତ ସାଗରଙ୍କୁ ପିଟୁଥିବାର ଭିଡିଓ ଭାଇରାଲ

ଗତ 4 ମେ ବିଳମ୍ବିତ ରାତିରେ ଛତ୍ରଶାଲ ଷ୍ଟାଡିୟମରେ ସାଗର ଏବଂ ତାଙ୍କର ଦୁଇ ସାଥୀ ଅମିତ ଓ ସୋନୁଙ୍କୁ ପିଟାଯାଇଥିଲା । ଏହି ସମୟର ଭିଡିଓ ଦିଲ୍ଲୀ ପୋଲିସ ପାଖରେ ମଧ୍ୟ ମହଜୁଦ ରହିଛି ।

ଏଥିରେ ଗୁରୁତ୍ବର ଭାବେ ସାଗର ଆହତ ହୋଇଥିଲେ ଓ ପରେ ଚିକିତ୍ସାଧୀନ ଅବସ୍ଥାନରେ ତାଙ୍କର ମୃତ୍ୟୁ ହୋଇଥିଲା । ମାମଲାରେ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ସମେତ ମୋଟ 7ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି । ତେବେ ଏକାଧିକ ଅନ୍ୟ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details