ଓଡିଶା

odisha

By

Published : Sep 20, 2019, 8:51 PM IST

ETV Bharat / sports

ବିଶ୍ବ କୁସ୍ତି ଚମ୍ପିଆନସିପ୍‌: ବ୍ରୋଞ୍ଜ ଜିତିଲେ ବଜରଙ୍ଗ ପୁନିଆ

ବିଶ୍ବ କୁସ୍ତି ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ଜିତିଲେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ବିଶ୍ବ କୁସ୍ତି ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ହାତେଇଲେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ସେମିଫାଇନାଲ ମୁକାବିଲାରେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ବିଜୟରୁ ବଞ୍ଚିତ ହୋଇଥିଲେ ପୁନିଆ । ମାତ୍ର ବ୍ରୋଞ୍ଜ ପଦକ ମ୍ୟାଚରେ ବାଜିମାତ କରିଛନ୍ତି ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ।

65 କିଲୋଗ୍ରାମ ଫ୍ରି ଷ୍ଟାଇଲ ବର୍ଗରେ ମଙ୍ଗୋଲିଆର ତୁଲଗା ଓଚିରଙ୍କୁ 8-7 ପଏଣ୍ଟରେ ହରାଇଛନ୍ତି ବଜରଙ୍ଗ ପୁନିଆ । ଏହି ସଫଳତା ସହିତ ସେ ପ୍ରଥମ ଭାରତୀୟ ଭାବେ 3 ପ୍ରକାର ମେଡାଲ ଜିତିବାରେ ଗୌରବ ହାସଲ କରିଛନ୍ତି । ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଓ 2013ରେ ବ୍ରୋଞ୍ଜ ଓ 2018 ବୁଡାପେଷ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ ପୁନିଆ ।

ABOUT THE AUTHOR

...view details