ହୋଷ୍ଟନ(ୟୁଏସ): ଚଳିତ ବିଶ୍ବ ଟେବୁଲ ଟେନିସ ଚମ୍ପିଆନସିପ୍(World TT C'ships) ୨୦୨୧ରେ ଭାରତର ଦମଦାର ପ୍ରଦର୍ଶନ । ଭାରତୀୟ ଷ୍ଟାର ପାଡଲର ମନିକା ବାତ୍ରା(Manika Batra) ମହିଳା ଓ ମିକ୍ସଡ ଡବଲ୍ସ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ।
ମନିକା ଓ ମିକ୍ସଡ ଡବଲ୍ସ ପାର୍ଟନର ଜି ସାଥିୟାନ(G Sathiyan) ଦୁଇଟି ସେଟ୍ ପଛରେ ଥାଇ ଜବରଦସ୍ତ କମବ୍ୟାକ ସହ ବିଜୟୀ ହୋଇଥିଲେ । ଚାଇନାର ୱାଙ୍ଗ୍ ମାନ୍ୟୁ ଓ USAର କନକ ଝାଙ୍କୁ ରାଉଣ୍ଡ ୧୬ର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୩-୨(୧୫-୧୭, ୧୦-୧୨, ୧୨-୧୦, ୧୧-୬, ୧୧-୭)ରେ ହରାଇଛନ୍ତି ।
କ୍ବାର୍ଟରରେ ଭାରତୀୟ ଯୋଡି ବିଶ୍ବ ମାନ୍ୟତାର ୩୦ ନମ୍ବର ସ୍ଥାନରେ ଥିବା ଜାପାନର ହିନା ହୟାତା ଓ ତୋମକଜୁ ହରିମୋଟୋଙ୍କୁ ଭେଟିବେ ।