ଲଣ୍ଡନ:ଚଳିତ ବର୍ଷ ୱିମ୍ବଲଡନ ଟୁର୍ଣ୍ଣାମେଣ୍ଟରୁ ବାସନ୍ଦ ହୋଇପାରନ୍ତି ଋଷୀୟ ଟେନିସ ଖେଳାଳି ତଥା ବର୍ତ୍ତମାନର ବିଶ୍ବ ନମ୍ବର ୨ ଡାନିଲ ମେଡଭେଡେବ । mirror.co.uk. ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଋଷିଆ ରାଷ୍ଟ୍ରପତି ଭ୍ଲାମିଦିର ପୁତିନଙ୍କ ୟୁକ୍ରେନ ବିଜୟ ଆଭିମୁଖ୍ୟ ବାସନ୍ଦର କାରଣ ହୋଇପାରେ ।
ୟୁକ୍ରେନ ଉପରେ ଋଷିଆର ଆକ୍ରୋଶ ସ୍ଥିତିକୁ ଦୃଷ୍ଟିରେ ରଖି ଋଷୀୟ ଖେଳାଳିଙ୍କୁ ପତାକା କିମ୍ବା ଜାତୀୟ ସଂଗୀତ ବିନା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଅନୁମତି ମିଳିଛି, ମାତ୍ର ଅଲ ଇଂଲଣ୍ଡ କ୍ଲବ, ମେଡଭେଡେଭ ସମେତ ଏକାଧିକ ଋଷିଆନ ଟେନିସ ଖେଳାଳିଙ୍କ ଉପରେ କଠୋର ପଦକ୍ଷେପ ଗ୍ରହଣ କରିପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।