ଓଡିଶା

odisha

By

Published : May 11, 2021, 9:38 PM IST

ETV Bharat / sports

ଅକ୍ଟୋବରରେ AIBA ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌

ଅକ୍ଟୋବରରେ ବେଲଗ୍ରେଡ୍‌ରେ ଖେଳାଯିବ AIBA ପୁରୁଷ ବିଶ୍ବ ବକ୍ସିଂ ଚମ୍ପିଆନସିପ । ଅଧିକ ପଢନ୍ତୁ...

World Boxing Championships for men to be held in Oct-Nov in Belgrade
ଅକ୍ଟୋବରରେ AIBA ବିଶ୍ବ ବକ୍ସିଂ ଚମ୍ପିଆନସିପ୍‌

ଲାଉସେନ(ସ୍ବିଜରଲାଣ୍ଡ୍‌): ଅକ୍ଟୋବରରେ ବେଲଗ୍ରେଡ୍‌ରେ ଖେଳାଯିବ AIBA ପୁରୁଷ ବିଶ୍ବ ବକ୍ସିଂ ଚମ୍ପିଆନସିପ । ଏହି ମେଗା ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ଅକ୍ଟୋବର 26ରୁ ନଭେମ୍ବର 6 ପର୍ଯ୍ୟନ୍ତ ସର୍ବିଆର ବେଲଗ୍ରେଡରେ ଖେଳାଯିବା ନେଇ ଘୋଷଣା ହୋଇଛି ।

ବିଶ୍ବର ଶ୍ରେଷ୍ଠ ଆଥଲେଟଙ୍କ ମଧ୍ୟରେ ସର୍ବିଆର ରାଜଧାନୀରେ ଜୋରଦାର ଲଢେଇ ହେବ । ସର୍ବିଆର ରାଷ୍ଟ୍ରପତି ତଥା ସ୍ଥାନୀୟ ଅଲମ୍ପିକ ଆୟୋଜନ କମିଟିର ମୁଖ୍ୟ ଥିବା ଆଲେକସନ୍ଦର ଭୁକିକଙ୍କ ପକ୍ଷରୁ ଏହି ମେଗା ଟୁର୍ଣ୍ଣାମେଣ୍ଟକୁ ଗ୍ରୀନ ସିଗନାଲ ମିଳିଛି ।

କୋଭିଡ-19ର ଆହ୍ବାନପୂର୍ଣ୍ଣ ପରିସ୍ଥିତି ସତ୍ତ୍ବେ ବକ୍ସିଂ ଇଭେଣ୍ଟ ନେଇ ଆଶାବାଦୀ AIBA ସଭାପତି ଉମର କ୍ରେମଲେଭ ।

ପୁରୁଷ ବିଶ୍ବ ବକ୍ସିଂ ଚମ୍ପିଆନସିପର ପୂର୍ବ ସଂସ୍କରଣ 2019ରେ ଋଷିଆରେ ଆୟୋଜିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details