କଲିକତା: ଭାରତୀୟ କ୍ରୀଡା ଜଗତକୁ ଲାଗିଛି ଜୋରଦାର ଝଟକା । ବିଶ୍ବ ତୀରନ୍ଦାଜ(WA) ଭାରତୀୟ ତୀରନ୍ଦାଜ ସଙ୍ଘକୁ ନିଲମ୍ବନ କରିଛି । ସଙ୍ଘ ସଭାପତି ପଦକୁ ନେଇ ଟଣାଓଟରା ଶେଷରେ ମହଙ୍ଗା ପଡିଛି । ସଭାପତି ପଦକୁ ନେଇ 2ଟି ସମାନ୍ତରାଳ ନିର୍ବାଚନ ହୋଇଥିଲା ।
ଭାରତୀୟ ତୀରନ୍ଦାଜ ସଙ୍ଘ ନିଲମ୍ବିତ ! - 2ଜଣ ସଭାପତି
ବିଶ୍ବ ତୀରନ୍ଦାଜ(WA) ଭାରତୀୟ ତୀରନ୍ଦାଜ ସଙ୍ଘକୁ ନିଲମ୍ବନ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଭାରତୀୟ ତୀରନ୍ଦାଜ ସଙ୍ଘ ସଭାପତି ପଦ ପାଇଁ 2ଜଣ ସଭାପତି ନିର୍ବାଚିତ ହୋଇଛନ୍ତି । ଜୁନ 9ରେ ନୂଆଦିଲ୍ଲୀରେ ଅର୍ଜୁନ ମୁଣ୍ଡା ଓ ଚଣ୍ଡିଗଡରେ ବିଭିପି ରାଓ ନିର୍ବାଚିତ ହୋଇଛନ୍ତି । ଅର୍ଜୁନ ମୁଣ୍ଡାଙ୍କୁ 20ଟି ରାଜ୍ୟ ଆସୋସିଏସନ ସମର୍ଥନ କରୁଥିବା ବେଳେ, ବିଭିପି ରାଓଙ୍କୁ 10ଟି ରାଜ୍ୟ ବୋର୍ଡ ସମର୍ଥନ କରିଛନ୍ତି ।
ଜୁଲାଇ ମାସ ଶେଷ ସୁଦ୍ଧା ଏହି ସମସ୍ୟାକୁ ଦୂର କରିବାକୁ ବିଶ୍ବ ତୀରନ୍ଦାଜ ସଙ୍ଘ ନିର୍ଦ୍ଦେଶ ଦେଇଥିଲା । ତେବେ ଅବଧି ପୁରା ହେବା ସତ୍ତ୍ବେ ସ୍ଥିତି ସ୍ପଷ୍ଟ ହୋଇନାହିଁ । ଫଳରେ ବିଶ୍ବ ତୀରନ୍ଦାଜ ସଙ୍ଘ ଭାରତୀୟ ତୀରନ୍ଦାଜ ସଙ୍ଘକୁ ନିଲମ୍ବନ କରିଛି ।