ହାଇଦ୍ରାବାଦ:ଆଜି ବିଶ୍ବ ବାସ୍କେଟ ବଲ ଦିବସ। ପ୍ରତିବର୍ଷ ଡିସେମ୍ବର 21 ତାରିଖରେ ବିଶ୍ବ ବାସ୍କେଟ୍ ବଲ୍ ଦିବସ ପାଳନ କରାଯାଏ । କ୍ରୀଡ଼ାର ବିକାଶକୁ ସମ୍ମାନ ଜଣାଇବା ସହିତ ଆଥଲେଟିକ୍ସଙ୍କର ଅବଦାନ ବିଷୟରେ ପ୍ରେରଣା ଯୋଗାଇବା ପାଇଁ ଏହି ଦିବସ ପାଳନ କରାଯାଏ । ବ୍ୟବସାୟ, ଶାନ୍ତି ଏବଂ କୂଟନୈତିକ କ୍ଷେତ୍ରରେ ବାସ୍କେଟବଲ୍ ଗୁରୁତ୍ୱପୂର୍ଣ୍ଣ କାରଣ ସାଜିଛି । ଏହା ସହଯୋଗ, ଶାରୀରିକ କାର୍ଯ୍ୟକଳାପ ଏବଂ ପାରସ୍ପରିକ ନିର୍ଭରଶୀଳତାର ଏକ ସ୍ୱତନ୍ତ୍ର ପରିବେଶକୁ ପ୍ରୋତ୍ସାହିତ କରିଥାଏ । ଯାହା ଖେଳାଳୀମାନଙ୍କୁ ପରସ୍ପରକୁ ସର୍ବପ୍ରଥମେ ସାଥୀ ଭାବେ ଆପଣାଇବା ପାଇଁ ଉତ୍ସାହିତ କରିଥାଏ । ଅନ୍ୟ କ୍ରୀଡ଼ା ଭଳି ବାସ୍କେଟ୍ ବଲ୍ ମଧ୍ୟ ସମସ୍ତ ସୀମା, ଭାଷା, ସଂସ୍କୃତିକୁ ସର୍ବୋପରି ସାମିଲ କରିଥାଏ । ଏହା ଏକତାର କାରକ ଭାବରେ କାର୍ଯ୍ୟ କରିଥାଏ ଯାହା ସମସ୍ତ ପୃଷ୍ଠଭୁମୀର ବ୍ୟକ୍ତିତ୍ବଙ୍କୁ ପରସ୍ପର ସହ ଯୋଡ଼ି ହୋଇ ବାର୍ତ୍ତାଳାପ ମାଧ୍ୟମରେ ସମସ୍ତ ବାଧା ବା ପ୍ରତିବନ୍ଧକକୁ ଦୂରୀକରଣ ସହ ଶାନ୍ତି ସ୍ଥାପିତ ସମ୍ପର୍କକୁ ଦୃଢ଼ୀଭୁତ କରିବାକୁ ଅନୁମତି ପ୍ରଦାନ କରିଥାଏ ।
ଆମେରିକାର ମାସାଚୁସେଟ୍ସର ସ୍ପ୍ରିଙ୍ଗଫିଲ୍ଡରେ ଥିବା ଆନ୍ତର୍ଜାତୀୟ YMCA ତାଲିମ ବିଦ୍ୟାଳୟରେ କାନାଡାର ଫିଜିକାଲ ଶିକ୍ଷାବିତ୍ ଜେମ୍ସ ନାଇସମିଥ 1891 ମସିହା ଡିସେମ୍ବର 21 ତାରିଖରେ ବାସ୍କେଟବଲର ଉଦ୍ଭାବନ କରିଥିଲେ । ଶୀତଦିନ ଛାତ୍ରଛାତ୍ରୀଙ୍କୁ ଆକ୍ଟିଭ୍ ରଖିବା ପାଇଁ ସେ ଏହି ଖେଳ ତିଆରି କରିଥିବା ନେଇ କହିଥିଲେ। ଜାତିସଂଘ ସାଧାରଣ ସଭା 2023 ମସିହା ଅଗଷ୍ଟ 25 ତାରିଖରେ A/RES/77/324 ସଂକଳ୍ପ ଆପଣାଇ ବିଶ୍ବ ବାସ୍କେଟ ବଲ୍ ଦିବସ ଭାବେ ଘୋଷଣା କରିଥିଲା ।