ଦୋହା: ଭାରତୀୟ ଷ୍ଟାର ଧାବିକା ଦୂତୀ ଚାନ୍ଦ ଆଜି ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ଅଭିଯାନ ଆରମ୍ଭ କରିବେ । ଦୂତୀ 2019ରେ ବିଶ୍ବ ଚମ୍ପିଆନସିପରେ ଯୋଗ୍ୟତା ପର୍ଯ୍ୟାୟରେ ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ । ତେବେ ଆଇଏଏଏଫର ଡାକରା ପରେ ଦୋହା ଆଥଲେଟିକ ଚମ୍ପିଆନସିପ ଟିକେଟ ହାତେଇଥିଲେ ।
ମହିଳା 100 ମିଟର ଦୌଡ ଇଭେଣ୍ଟରେ ନଜର ଆସିବେ ଦୂତୀ । 1.26 ଦୂତୀଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି । ତେବେ କ୍ୟାରିୟର ଅନ୍ୟଏକ ସଫଳତମ ଦୌଡ ଆଜି ଦୂତୀ ଲଗାଇବା ନେଇ ଆଶା କରାଯାଉଛି ।
ତେବେ ସମସ୍ତଙ୍କର ନଜର ରହିଛି ମିଳିତ ରିଲେ ବର୍ଗ ଉପରେ । ଏହି ଟିମ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲା । ମାତ୍ର ବର୍ତ୍ତମାନର ଟିମରେ ସ୍ବର୍ଣ୍ଣ ବିଜେତା ସଦସ୍ୟ ହିମା ଦାସ ଆରୋକିଆ ରାଜୀବ ନାହାଁନ୍ତି ।
ଭାରତୀୟ ଅଥଲେଟିକ ଫେଡେରେସନ ଏହି ଟିମ ଫାଇନାଲରେ ପହଞ୍ଚିବ ଓ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା ନେଇ ଆଶା ରଖିଛି ।
ଏହାପରେ ଅନ୍ୟତମ ଭାରତୀୟ ଆଥଲେଟ ମହମ୍ମଦ ଆନାସ ମଧ୍ୟ ନିଜର ଅଭିଯାନ ଆରମ୍ଭ କରିବେ । ମିକ୍ସ ରିଲେ ଟିମର ସଦସ୍ୟ ଅଛନ୍ତି ମହମ୍ମଦ ।