ଲଣ୍ଡନ:ଭାରତୀୟ କାଡେଟ୍(U-18) ରିକର୍ଭ ତୀରନ୍ଦାଜ ତାରକାଙ୍କ ଜବରଦସ୍ତ ପ୍ରଦର୍ଶନ । ଚଳିତ ବିଶ୍ବ ୟୁଥ୍ ଚମ୍ପିଆନସିପ୍ର ପୁରୁଷ ଓ ମିକ୍ସଡ ଟିମ ଇଭେଣ୍ଟରେ ସ୍ବର୍ଣ୍ଣ ବିଜେତା ହୋଇଛି ଭାରତ । U-18 ପୁରୁଷ ରିକର୍ଭ ଟିମ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଫ୍ରାନ୍ସକୁ 5-3ରେ ହରାଇ ବିଶାଲ ଚଙ୍ଗମଇ, ଭିକି ରୁହାଲ ଓ ଅମିତ କୁମାର ସ୍ବର୍ଣ୍ଣ ବିଜେତା ହୋଇଛନ୍ତି ।
ଚଙ୍ଗମଇ ପେ ତମନ୍ନାଙ୍କ ସହିତ ମିକ୍ସଡ ଟିମ ଇଭେଣ୍ଟ ଫାଇନାଲରେ ମଧ୍ୟ କମାଲ କରିଥିଲେ । ଜାପାନକୁ 6-2 ପଏଣ୍ଟ ବ୍ୟବଧାନରେ ହରାଇ ସହଜ ବିଜୟ ହାସଲ ସହ ଦିନର ଦ୍ବିତୀୟ ସ୍ବର୍ଣ୍ଣ ଭାରତ ପାଇଁ ଜିତିଥିଲେ ।