କୋଲକାତା: ଭାରତୀୟ ତୀରନ୍ଦାଜଙ୍କ ପାଇଁ ପରିଷ୍କାର ହେଲା ଟୋକିଓ ଅଲମ୍ପିକର ବାଟ । ତୀରନ୍ଦାଜୀର ବିଶ୍ବସ୍ତରୀୟ ସଂସ୍ଥା ‘ୱାର୍ଲ୍ଡ ଆର୍ଚରୀ’ ଭାରତୀୟ ତୀରନ୍ଦାଜୀ ସଂଘ ନିର୍ବାଚନର ଏକ ସପ୍ତାହ ମଧ୍ୟରେ ଏହା ଉପରେ ଲାଗିଥିବା ନିଲମ୍ବନକୁ ସର୍ତ୍ତମୂଳକ ଭାବେ ହଟାଇ ଦେଇଛି । ପ୍ରତିବନ୍ଧ ହଟାଇବା ସହ ୱାର୍ଲ୍ଡ ଆର୍ଚରୀ ଭାରତୀୟ ମ୍ୟାନେଜମେଣ୍ଟକୁ ନିର୍ଦ୍ଦେଶ ଦେଇଛି ଯେ ଖେଳାଳିଙ୍କ ସଦସ୍ୟତା ନେଇ ନିଜ ସଂହିତାରେ ପରିବର୍ତ୍ତନ କରୁ । ପରିଚାଳନା ସହ ଜଡିତ ମାମାଲା ଗୁଡିକର ସମାଧାନ କରି ରଣନୀତି ପ୍ରସ୍ତୁତ କରୁ ।
ଏହା ସହ ଏଏଆଇକୁ ବିଭିନ୍ନ ବିଷୟରେ ସବିଶେଷ ତଥ୍ୟ ସହ ରିପୋର୍ଟ ଦେବାକୁ କୁହାଯାଇଛି । 23 ଜାନୁଆରୀ 2020 ଠାରୁ ଭାରତୀୟ ତୀରନ୍ଦାଜ ବିଶ୍ବ ତୀରନ୍ଦାଜୀ ପ୍ରତିଯୋଗିତା ଗୁଡିକରେ ଭାଗ ନେଇ ପାରିବେ ।
ଗତ ବର୍ଷ ଅଗଷ୍ଟ ମାସରେ ଭାରତୀୟ ତୀରନ୍ଦାଜଙ୍କ ଉପରେ ଲଗାଯାଇଥିଲା ନିଲମ୍ବନ । ନିଲମ୍ବନ କାରଣରୁ ଖେଳାଳିଙ୍କ ଅଲମ୍ପିକ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ଗୁରୁବାର ନିଲମ୍ବନ ହଟିବା ପରେ ଆଶ୍ବସ୍ତ ହୋଇଛନ୍ତି ଖେଳାଳି । ବର୍ତ୍ତମାନ ସେମାନେ ତିରଙ୍ଗାର ପ୍ରତିନିଧିତ୍ବ କରି ପାରିବେ ।